ଥେରୁବାଲି ବିଷମକଟକ ତୃତୀୟ ରାସ୍ତା ପାଁଇ ଜମି ହରାଙ୍କ ଜ଼ିଲ୍ଲାପାଳ ଙ୍କ ସହିତ ଆଲୋଚନା

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଭାରତୀୟ ରେଳବିଭାଗ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ଥେରୁବାଲି ବିଷମକଟକ ମଧ୍ୟରର ନିର୍ମାଣ ହେଉଛି ତୃତୀୟ ଲାଇନ l ଏଥିପାଇଁ ସରକାରୀ ଜମି ସହିତ କେତେକ ପ୍ରାଇଭେଟ ଜମି ମାଲିକ ଙ୍କ ଜମି ଚିନହଁଟ କରି ଓଡିଶା ସରକାର ଜମି ଭୁଅଧୀନ ନିୟମ ମୁତାବକ ରେଳବିଭାଗ କୁ ରାସ୍ତା ନିର୍ମାଣ ପାଇଁ ହସ୍ତାନ୍ତର କରିଥିଲେ l ସରକାରୀ ନିୟମ ମୁତାବକ ଜମିର କ୍ଷତି ପୂରଣ ଦିଆଯିବ ବୋଲି ନିଷ୍ପତି ନେଇଥିଲେ l ଏହାକୁ ବିରୋଧ କରି ଏହି ଅଂଚଳ ର ପୋଲିପିଣ୍ଡା, ରିଲିବାଦୀଙ୍ଗା, ପୂଜାରୀଗୁଡା, ପତ୍ରପୁଟ, ବିରିବାଡି, ଲେଲିବାଡି ଡୁମୁରିଗୁଡା ଓ ବୃନ୍ଦାବଡି ଗ୍ରାମର ଜମିହରା ମନେ ସମ୍ବଲପୁର ରେଳ ଡିଭିଜନ ର ଡି ଆର ଏମ ଙ୍କ ଥେରୁବାଲି ଗସ୍ତ ସମୟରେ ବହୁବାର ଅଭିଯୋଗ କରିଥିଲେ l ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଟମ୍ବ ଙ୍କ ରାୟଗଡା ଗସ୍ତ ସମୟ ଏହି ଅଂଚଳ ର ବ୍ୟକ୍ତିମାନେ ଖେଡାପୋଡ଼ା ସରପଞ୍ଚ ନରସିଂହ କୀଲାକା ଓ ଥେରୁବାଲି ସରପଞ୍ଚ ମମତା ପୁଲକା ଙ୍କ ନେତୃତ୍ୱ ରେ ମିଶି ଅଭିଯୋଗ ନିଜର ଅଭିଯୋଗ କରିଥିଲେ ଏହାର ସମାଧାନ ପାଇଁ ରେଳବିଭାଗ ସହିତ ଆଲୋଚନା କରି କରିବି କହିଥିଲେ ମଧ୍ୟ୍ୟ ଫଳ ସୁନ ହୋଇରହିଛି l ଜ଼ିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ନୂତନ ଭାବେ ରାୟଗଡା ଜ଼ିଲ୍ଲା ରେ ଯୋଗଦାନ ପରେ ଥେରୁବାଲି ପଂଚାୟତ କୁ ଗସ୍ତ ସମୟ ରେ ଉପରୋକ୍ତ ଗ୍ରାମବାସୀ ଏହି ଜମି ବିଷୟ ନରି ଜ଼ିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ l ଜନସାଧାରଣ ଙ୍କ ଅଭିଯୋଗ ପରେ ବହୁବାର ଏହି ଖେଦାପୋଡ଼ା ଥେରୁବାଲି ଅଂଚଳ କୁ ଯାଇ ତଦନ୍ତ କରି କ୍ଷତିପୂରଣ ପାଇଁ ଆଲୋଚନା ଜାରିରଖିଛନ୍ତି ବୋଲି ଜଣାପଡିଛି l ଏହି ପରିପେକ୍ଷରେ ଉପରୋକ୍ତ ଗ୍ରାମ ବାସି ଙ୍କୁ ଡ଼ାକି ନିଜ କାର୍ଯ୍ୟାଳୟ ଠାରେ କ୍ଷତିପୂରଣ ବିଷୟରେ ଆଲୋଚନା କରିଥିଲେ l ଏହି ସମୟରେ ଥେରୁବାଲି ସରପଞ୍ଚ ମମତା ପୁଲକା, ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା, ଶ୍ରୀଧର ଅଟକା ଅପୟା ଅଟକ, ରାଇସଙ୍ଗୀ ଅଟକା, ବୃନ୍ଦାବନ ହିମିରିକା ଙ୍କ ସମତେ ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ l ସରକାରୀ ନିୟମ ଠାରୁ ଅଧିକ କିଛି କ୍ଷତିପୂରଣ ଦାବି କରି ଆଲୋଚନା କରିଆସୁଛନ୍ତି l ରେଳବିଭାଗ ସହିତ ଆଲୋଚନା ଚାଲିଛି ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଜ଼ିଲ୍ଲାପାଳ କହିଥିବା ଆଲୋଚନା କାରି କହିଛନ୍ତି


Share: