ସରକାରୀ ଜାଗାରୁ ଉଛେଦ. Date_ ୦୩.୧୨.୨୦୨୨

Share:

ମହାକାଳପଡା
ଯଜ୍ଞେଶ୍ଵର ଦାସ ଏବଂ ନିତ୍ୟ ସୁନ୍ଦର ଜେନା
କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମରେ ଥିବା ଗୋଚର କିସମର ଜାଗାରେ ସୋମନାଥ ତ୍ରିପାଠୀ ଏକ କୋଠା ଘର କରି ଅନେକ ଦିନ ହେବ. ରହି ଆସୁ ଥିଲେ। ମହାକାଳପଡା ତହସିଲ ଅବରୋଧ କେସ୍ ନଂ

୨୪/୨୦୨୨ ର `ଖ’ ଫର୍ମ ନୋଟିସ ତା ୧୫.୧୦.୨୦୨୨ ରିଖରେ କରିଥିଲେ ଏବଂ ସରକାରୀ ଜମିକୁ ୩୦ ଦିନ ମଧ୍ୟରେ ପରିତ୍ୟାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ମାତ୍ର ରାଜସ୍ବ ନୀରିକ୍ଷକ ବିଜୟନଗର ଙ୍କ ରିପୋର୍ଟ ତା ୨୮.୧୧.୨୦୨୨ ରିଖ ଅନୁଯାୟୀ ଆପଣ ଅଦ୍ୟାବଧି ଉକ୍ତ ଜମିକୁ ପରିତ୍ୟାଗ କରି ନାହାନ୍ତି. ବୋଲି ନିମ୍ନ ସ୍ୱାକ୍ଷର କାରୀଙ୍କ ଦୃଷ୍ଟି ଗୋଚର ହୋଇଅଛି, ତେଣୁ ଏକ ନୋଟିସ ଦ୍ଵାରା ଜଣାଇ ଦିଆଯାଇଥିଲା ଯେ ଆସନ୍ତା ୦୩.୧୨.୨୦୨୨ ରିଖ ଦିନ ଆପଣଙ୍କର ସରକାରୀ

ଜମିକୁ ଅବରୋଧ ମୁକ୍ତ କରାଯିବ ଆପଣଙ୍କର କିଛି. ଆର୍ଥିକ କ୍ଷୟକ୍ଷତି ହୁଏ ସରକାର ଦାୟୀ ରହିବେ ନାହିଁ,ତଦ ଅନୁଯାୟୀ ମହାକାଳପଡାର ତହସିଲଦାର ଙ୍କ ନେତୃତ୍ବରେ ପୋଲିସ ବାହିଙ୍କ ଉପସ୍ଥିତିରେ ଜେସିପି ଦ୍ଵାରା ଘରଟିକୁ ଭଙ୍ଗା ଯାଇଅଛି,ମଉଜା ବିଜୟନଗର ଖାତା ନଂ ୧୦୧୯ ପ୍ଲଟ ନଂ ୨୧୬୦ ଏରିଆ ଏ ୦.୦୨ କିସମ- ଗୋଚର ରେ ଥିବା କୋଠା ଘର ଟିକୁ ପ୍ରଶାସନ ଦ୍ବାରା ଭାଙ୍ଗିଦେବା ସହିତ ଉକ୍ତ ଯାଗାକୁ ଅବରୋଧ ମୁକ୍ତ କରାଯାଇଅଛି, ଏହାକୁ ନେଇ ନ୍ୟାୟଳରେ ମଧ୍ୟ ମାମଲା ପୂର୍ବରୁ ରୁଜ୍ଜୁ ହୋଇଥିଲା ମାନ୍ୟବର ନ୍ୟାୟାଳୟ ଙ୍କ ହସ୍ତାକ୍ଷେପ ପରେ ମହାକାଳପଡା ତହସିଲଦାର ନୋଟିସ କାରାଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ


Share: