ବିଜେଡି ର ଦୃଢ଼ ସଂଗଠକ ତଥା ମନ୍ତ୍ରୀ ସ୍ବର୍ଗତ ନବ ଦାସ ଙ୍କ ବିୟୋଗରେ ସ୍ମୃତିସଭା ଓ ଶ୍ରଦ୍ଧାଞ୍ଜଳି

Share:

ଅମୁଲ୍ୟ ନିଶଙ୍କ

ରାୟଗଡା ବିଜେଡି ଦଳ ର ପଶ୍ଚିମ ଓଡିଶା ର ଦୃଢ ସଂଗଠକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେବିନେଟ ମନ୍ତ୍ରୀ ନବ ଦାସ ଙ୍କ ଅକାଳ ବିୟୋଗରେ ରାୟଗଡା ସହର ର ଗାୟତ୍ରୀ ନଗର ଠାରେ ଅବସ୍ଥିତ ବିଯୁଜନତା ଦଳ କାର୍ଯ୍ୟାଳୟ ପରିସରରେ ବିଜେଡି ଦଳ ପକ୍ଷରୁ ଏକ ଶୋକ ସଭା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ରାୟଗଡା ସହର ର ବିଜେଡି ଦଳ ର ବରିଷ୍ଠ ନେତା ତଥା ଦୃଢ ସଂଗଠକ ୟାଲା କୋଣ୍ଡା ବାବୁ, ବିଜେଡି ର ଟାଣୁଆ ନେତା କାଶୀ ନାଇଡ଼ୁ, ଆଇନଜୀବୀ ବିରଜା ପାତ୍ର,ଆଇନଜୀବୀ ବ୍ରଜ ନାୟକ,ଆଇନଜୀବୀ ରାମ ପାତ୍ର, ଆଇନଜୀବୀ ମନୋଜ ନୀଳ ଗନ୍ତାୟତ,କେ ସି ପଟ୍ଟନାୟକ, ସନ୍ତୁ ବାବୁ, ବିଜେଡି ଯୁବ ଜନତା ସମ୍ପାଦକ ନାଗି ରେଡି ରବି, ଯୁବ ସମ୍ପାଦକ କେ ଶ୍ରୀନିବାସ, ରାଜ୍ୟଛାତ୍ର ଜନତା ସମ୍ପାଦକ ବିନାୟକ ପୋଲାଈ,ହସମୁଖ କମାର ଭେଗଡ଼ ଫକୁ ଭାଇ ଙ୍କ ସମତେ ଶତାଧିକ କର୍ମୀ ଉପସ୍ଥିତ ରହି ସ୍ବର୍ଗତ ନବ ଦାସ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ କେଣ୍ଡାଲ ଜାଳିବା ସହିତ ଶୋକ ସଭା କରିଥିଲେ l ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ନବ ଦାସ ଙ୍କ ସ୍ମୃତି ଚରଣ କରିବା ସହିତ କିପରି ପଶ୍ଚିମ ଓଡିଶା ରର ବିଜେଡି ଦଳକୁ ମଜବୁତ କରିଥିଲେ ତାଙ୍କରି ଅକାଳ ବିୟୋଗରେ ଏକ ବିରାଟ କ୍ଷତି ବିଜେଡି କୁ ଘଟିଛି ଏହା ପୂରଣ କରିବା ଅସମ୍ଭବ ବୋଲି ନିଜ ନିଜ ମତ ରଖିଥିଲେ ଅତିଥି ମାନେ l ରାଜନୀତି ଜୀବନ ଆରମ୍ଭ ରୁ ସେ କେବେ ପଛକୁ ଚାଇନାହାନ୍ତି କେବଳ ଆଗକୁ ଚାଲି ନିଜ କୁ ଏକ ଅପ୍ରତିଦ୍ବନ୍ଦ ନେତା ଭାବେ ପଶ୍ଚିମ ଓଡିଶା ରେ ପ୍ରତିଷ୍ଠିତ କରିପାରିଥିଲେ l କୋଣ୍ଡା ବାବୁ ନିଜ ବକ୍ବ୍ୟ ରେ କହିଛନ୍ତି ଜେ ଗତକାଲି ମୁଁ ଟିଭି ରେ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ଼ ଶୁଣି ଆଚମ୍ବିତ ହୋଇଯାଇଥିଲି l ଗତକାଲି ସନ୍ଧ୍ୟା ରେ ତାଙ୍କରି ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ ହୋଇଗଲି କାରଣ ମୁଁ ଗତ ପଦ୍ମପୁର ଉପନିର୍ବାଚନ ରେ ତାଙ୍କରି ଦଳୀୟ ସଂଗଠନ ବିଷୟରେ ଯାଇଥିଲି l ତାଙ୍କରି ମୃତ୍ୟୁ ରେ ବିଜେଡି ର ଏକ ବିରାଟ କ୍ଷତି ଘଟିଛି l ତାଙ୍କରି ଆମର ଆତ୍ମା ର ସଦଗତି ପାଇଁ ମୁଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛି ବୋଳିଲା l ସେ କଲେଜ ଛାତ୍ର ଜୀବନ ରୁ ରାଜନୀତି ଆରମ୍ଭ କରି କଂଗ୍ରେସ ରେ ଯୋଗ ଦେଇ 2009,2014 ରର କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ ପରବର୍ତ୍ତୀ ସମୟରେ ବିଜେଡି ଦଳ ର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଆକୃଷ୍ଟ ହୋଇ2019 ରେ ବିଜେଡି ରେ ଯୋଗ ଦାନ କରି ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକ ଙ୍କ ମନ୍ତ୍ରୀମଣ୍ଡଳ ରେ ସ୍ୱାସ୍ଥ ଓ ପରିବାର କଲ୍ୟାଣ କେବିନେଟ ମନ୍ତ୍ରୀ ପଦବୀ ପାଇଁ ସୁଚାର ରୂପେ ନିଜର ଦାୟିତ୍ୱ ସମ୍ପାଦନ କରିଆସି ବସହିତ କୋଭିଡ ମହାମାରୀ ର ମୁକାବିଲା କରିଥିଲେ ବୋଲି ବିଜେଡି ନେତା କାଶୀ ନାଇଡ଼ୁ କହିଥିଲେ l


Share: