ଅଗ୍ନିଶମ ସେବା ସୁରକ୍ଷା ସପ୍ତାହ ପାଳନ

Share:

ପପୁ କୁମାର ସାହୁ

ଆଙ୍କର :- ଢେଙ୍କାନାଳ ଜିଲ୍ଲା ଭୂବନ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଗତ ଶୁକ୍ରବାର ଠାରୁ ସୁରକ୍ଷା ସପ୍ତାହ ପାଳନ କରା ଯାଉଚି l ପ୍ରଥମ ପର୍ଯ୍ୟାୟରେ ଅଗ୍ନିସମ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ବ୍ୟବହାର କରି ଗାଁ ର ସବୁ ଗଳିକନ୍ଦିରେ ସଚେତନତା ସୃଷ୍ଟି କରାଯାଇଥିଲା l ଗତକାଲି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପେଟ୍ରୋଲ ପମ୍ପ ରେ ସୁରକ୍ଷା ବ୍ୟବସ୍ଥା ର ମକ୍ ଡ୍ରିଲ୍ କରାଯାଇଥିବା ବେଳେ ଆଜି ପୁ୍ନଶ୍ଚ ଭୁବନ ଅଞ୍ଚଳରେ ଥିବା ସପିଂ ମଲ ଗୁଡିକ ରେ ସୁରକ୍ଷା ଯାଂଚ କରାଯାଇଛି l ଏଥି ସହିତ ମଲ ର କର୍ମଚାରୀ ମାନକୁ ଅଗ୍ନିକାଣ୍ଡ ପ୍ରତିରୋଧ ସଂଗ୍ରାମ, ଫ୍ୟାୟର extinguisher କିପରି ବ୍ୟବହାର କରାଯିବ ସେ ସମ୍ପର୍କରେ ଟ୍ରେନିଂ ଦିଆ ଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋରଞ୍ଜନ ବିଶ୍ଵାଳ ଙ୍କ ନେତୃତ୍ଵରେ ୟାଗ୍ନିକ ମଧୁସୂଦନ ମହାନ୍ତି, ଅମରଜିତ ରାଉତ , ସୂର୍ଯ୍ୟକାନ୍ତ ସେଠି, ଆଶିଷ ପୃଷ୍ଟି ପ୍ରମୁଖ ବିପର୍ଯ୍ୟୟ ପରିଚାଳନା ଉପରେ ସଚେତନ କରାଇବା ସହିତ ଲୋକଙ୍କୁ ଅଗ୍ନିକାଣ୍ଡ ଉପରେ ଆଧାରିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେଇଥିଲେ l


Share: