ରାୟଗଡା ହୋଟେଲ ରାଜଭବନ ରେ କାକାଟିୟା ଆସୋସିଏସନ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ସହର ର ହୋଟେଲ ରାଜ ଭବନ ଠାରେ କାକଟିୟା ଆସୋସିଏସନ ପଞ୍ଜିକୃତ ନ 51/93-94 ଓ ହୁମେନ କେର ଫାଉଣ୍ଡେସନ ହାଇଦ୍ରାବାଦ ପଞ୍ଜିକୃତ ନ 0294/2014 ଆନୁକୂଲ୍ୟରେ ମେଗା ସ୍ୱାସ୍ଥ୍ୟ ଯାଞ୍ଚ ପରୀକ୍ଷା ଶିବିର ଗତ 9 ତାରିଖ ରୁ ଅନୁଷ୍ଠିତ ହୋଇଯାଇଛି ଏହା ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାକଟିୟା ଆସୋସିଏସନ ର ସଭାପତି ଶ୍ରୀ ପି ଭି ପି ରାମୁ, କାର୍ଯ୍ୟକାରୀ ସଭାପତି ଶ୍ରୀ ଜି ଡି ଚୌଧୁରୀ ଓ ସମ୍ପାଦକ ଶ୍ରୀ ଚାଣ୍ଟି ଚୌଧୁରୀ ଆଇନଜୀବୀ କହିଛନ୍ତି l ସଭାପତି ରାମୁ କହିଛନ୍ତି ଯେ ଏହି ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ହୁମେନ କେର ଫାଉଣ୍ଡେସନ ର ଚାର୍ଜ 8000 ଟଙ୍କା ଥିବା ବେଳେ ମାତ୍ର ସେମାନଙ୍କ ପେପର ସମ୍ଭଦିତ କାମ ପାଇଁ ସେମାନେ କେବଳ ମାତ୍ର 150 ଟଙ୍କା ରେ ଶରୀର 36 ଗୋଟି ସ୍ୱାସ୍ଥ୍ୟ ଯାଞ୍ଚ ଶରୀର ରୁ ବିନା ରକ୍ତ ବାହାର କରି ମେଗ୍ନାଟିକ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ରିପୋର୍ଟ ରେ କଣ ଅଛି ତାହାର ନିରାକଣ ପାଇଁ ପରାମର୍ଶ ଦେବେ ବୋଲି କହିଛନ୍ତି l ପ୍ରଥମ ଦିନ ରେ ଗତ କାଲି 88 ଜଣ ନିଜ ର ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ର ଜଣାପଡିଛି l ଦ୍ୱତୀୟ ଓ ତୃତୀୟ ଦିନ ରେ ପ୍ରାୟ 300 ଜଣ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ପଞ୍ଜିକୃତ କରୁଥିବା ର ଜଣାପଡିଛି l ହାଇଦ୍ରାବାଦ ରୁ ହୁମେନ କେର ଫାଉଣ୍ଡେସନ ରୁ ଆସିଥବା ସମସ୍ତ ଡାକ୍ତର ଇ କର୍ମଚାରୀ ଙ୍କ ସମସ୍ତ ଖର୍ଚ୍ଚ ଆମ କାକଟିୟା ଆସୋସିଏସନ ବହନ କରିବ ବିଲି ଶ୍ରୀ ରାମୁ କହିଛନ୍ତି l ରାୟଗଡା ଏକ ଆଦିବାସୀ ଅଧିଷ୍ୟୁତ ଗରିବ ଅଂଚଳ ସେଥିପାଇଁ ଆମ ଅଂଚଳ ର ଜନସାଧାରଣ ଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ଯାଞ୍ଚ ର ସୁବିଧା କରିଛୁ ବୋଲି l


Share: