ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୁରୀ ଭ୍ରମଣ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ- ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପୁରୀ ଭ୍ରମଣ କରିଛନ୍ତି । ସେମାନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଏକ ମାସ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି । ସେମାନେ ପ୍ରଥମେ କୋଣାର୍କ, ରାମଚଣ୍ତି ବୁଲି ଦେଖିସାରିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ମହାପ୍ରସାଦ ସେବନ ପରେ ସେମାନେ ବ୍ଲୁ ଫ୍ଲାଗ ବିଚ ବୁଲି ଦେଖି ଭୁବନେଶ୍ବର ଫେରି ଯାଇଥିଲେ । ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ବିପର୍ଯ୍ୟୟ ପରିଚାଳନା ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଜରୁରୀ ସେବା ପ୍ରଦାନ ସମୟରେ କର୍ମକ୍ଷେତ୍ରରେ ନିଜକୁ ଉପଯୋଗୀ କରିବା ଉପରେ ମଧ୍ୟ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ ।


Share: