ବ୍ଲକ ସ୍ତରୀୟ ଚଇତି କୋଳନରା ଠାରେ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କୋଳନରା ଠାରେ ବ୍ଲକ ସ୍ତରୀୟ ଚଇତି ଉତ୍ସବ ସ୍ଥାନୀୟ ମିନି ଷ୍ଟାଡିଅମ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଗତ ତିନି ତାରିଖରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଥିଲା l ଆଜି ବ୍ଲକ ନିକଟସ୍ଥ ଗାନ୍ଧୀ ପାର୍କ ଠାରେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେଷିକା ଅନ୍ୟ ଅତିଥି ମାନେ ପୁଷ୍ପା ମାଲ୍ୟ ଅର୍ପଣ କରିବା ପରେ ଏକ ମାରାଥନ ରାଲି ସ୍କୁଲ ଛାତ୍ର,ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏକ ବିରାଟ ଶୋଭା ଯାତ୍ରା ରେ ପାରମ୍ପରିକ ନୃତ୍ୟ ମଧ୍ୟରେ ନଦୀରୁ ପାଣି ଆଣି ମା ମଝିଘରିଆଣି ଙ୍କ ଠାରେ ପୂଜା ଅର୍ଚନା କରି କଳସ କୁ ଚଇତି ପଡିଆ ରର ରଖାଯାଇଥିଲା l ମା ମଝିଘରିଆଣି ଙ୍କ
ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଚେତନତା ଷ୍ଟାଲର ଉଦଘାଟନ କରାଯାଇଥିଲା ।

ଶିକ୍ଷା, ସ୍ୱାସ୍ଥ୍ୟ, ଜଳଛାୟା, କୃଷି, ସମ୍ମନ୍ବିତ ଶିଶୁ ବିକାଶ, ସ୍ୱଚ୍ଛ ଭାରତ ମିଶନ, ଉଦ୍ୟାନ କୃଷି, ମିଶନ ଶକ୍ତି ବିଭାଗ ତରଫରୁ ସଚେତନତା ଷ୍ଟଲ ମାନ ଖୋଲାଯାଇଥିଲା । ଲୁକ୍କାୟିତ ପ୍ରତିଭା, ସଂସ୍କୃତି ଓ ପରମ୍ପରା ଗୁଡ଼ିକର ବ୍ଲକ ଠାରୁ ରାଜ୍ୟ ସ୍ତରରେ ଉନ୍ମୋଚନ ନିମନ୍ତେ ଚଇତି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ବିଭିନ୍ନ ପଞ୍ଚାୟତରୁ କୋଡ଼ିଏ ଗୋଟି ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରର ଜ଼ିଲ୍ଲା ପରିଷଦ ସଭ୍ୟ କୋଳନରା ଶ୍ରୀ ଆଇ ଧବଳେଶ୍ଵର ନାଇଡ଼ୁ, ବଡ଼ ଖିଲାପଦର ସରପଞ୍ଚ ଶ୍ରୀ ମାଦାରାଓ କୋଣ୍ଡାଗୋରୀ ଓ ନିର୍ବାଚିତ ପଂଚାୟତ ପ୍ରତିନିଧି ଯୋଗ ଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଦକ୍ଷ ହଳଧର କାର୍ଜି ଥେରୁବାଲି ର ୟୁବ ବିଜେଡି ନେତା ଅଶୋକ ହିକକା, ଯୋଗ ଦେଉଥିଲେ lବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା , ନିର୍ବାହୀ ଅଧିକାରୀ, ଜି ଆର ଏସ ସମେତ ସମସ୍ତ ସମିତି କର୍ମକର୍ତ୍ତା ସହଯୋଗ କରିଥିଲେ । ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ କୁ ବ୍ଲକ ବିଡ଼ିଓ ଗୌରୀ ଚନ୍ଦ୍ର ପଟ୍ଟନାୟକ ବହୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ତାଙ୍କୁ ଧବଳେଶ୍ୱର ନାଇଡ଼ୁ ଓ ମାଦାରାଓ କୋଣ୍ଡାଗୋରୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ l
ଜନସାଧାରଣ ଙ୍କ ଆଶୀର୍ବାଦ ଓ ସହଯୋଗ ପାଇଁ ଆମରି ଏହି ବ୍ଲକ ସ୍ତରୀୟ ଚଇତି ଉତ୍ସବ ଅତି ଆଡମ୍ବର ସହକାରେ ପାଳନ ହୋଇଯାଇଛି ଓ ଶ୍ରେୟ ମୁଁ କୋଳନରା ବ୍ଲକ ର ଜନସାଧାରଣ ଓ ନିର୍ବାଚିତ ପଂଚାୟତ ଜନପ୍ରତିନିଧି ଙ୍କୁ ଦେଉଛି ବୋଲି ବିଡ଼ିଓ କହିଥିଲେ l


Share: