ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର : ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଆଜି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।ସେ ଆଜି ତୁମୁଡିବନ୍ଧଓ ପୁରୀ ସାଂସଦିୟ କ୍ଷେତ୍ର ଚିଲିକା ନିର୍ବାଚନ ମଣ୍ଡଳୀ ର ବାଣପୁର ପଲଟଣ ପଡିଆ ଏହି ଦୁଇଟି ସ୍ଥାନରେ ଵିଶାଲ ଜନସମାବେଶରେ ଯୋଗ ଦେଇ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଥିଲେ l ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେ କହିଛନ୍ତି ଯେ ନବୀନ ସରକାର ଶୋଇରହି ଥିବା ପରି ଲାଗୁଛି l ମହାପ୍ରଭୁ ଜଗନ୍ନାଥର ରତ୍ନଭଣ୍ଡାର ସୁରକ୍ଷା କହିକୀ କରାଯାଉନାହିଁ ଓ ଏହାର ଚାବି କୁଆଡେ ହଜିଗଲା ନୟାଗଡ ଚିନିକଳ ଖୋଲିବା କଥା କୁଆଡେ ଗଲା, କେନ୍ଦ୍ରରୁପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଲୋକଙ୍କୁ ଘର ମିଳୁଥିବା ବେଳେ ରାଜ୍ୟସରକାର ତାହାର ନାମକୁ ବଦଳାଇ ବିଜୁ ପକା ଘର କରିଦେଇଛନ୍ତି ବୋଲି କହିଥିଲେ ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା ଜଣାପଡ଼ୁନାହିଁବୋଲିସେନିଜଅଭିଭାଷଣରେ କହିଛନ୍ତି ।


Share: