କଲ୍ୟାଣ ସିଙ୍ଗପୁର କ ଓ ଖ ଯୋନ ରେ ଜ଼ୀଲାପରିଷ ଦ ପାଇଁ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଜବରଦସ୍ତ ପ୍ରଚାର

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ ।

ରାୟଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଆସାଇ ପ୍ରାର୍ଥୀ ‘ କ’ ଓ ‘ଖ’ ଜୋନରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବାଇକ ରାଲି କରି ଜୋରସୋରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ବିଜେଡି ପକ୍ଷରୁ ମନ୍ତ୍ରୀ ଜଗନ୍ନାଥ ସାରକା କଲ୍ୟାଣସିଂ ହପୁର ଗସ୍ତ କରି ଆସାଇ ଦଳ ସମର୍ଥିତ ପ୍ରାର୍ଥୀ (ଖ)ଜୋନର ବୋମି ଗୌରିଦେବୀ (କ)ଜୋନର ବି ଭି ୱାରା ପ୍ରସାଦ ରାଓ ,ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟସଭ୍ୟା, ୱାର୍ଡ ସଦସ୍ୟ ସମେତ ଦଳୀୟ କର୍ମୀ ସୁନ୍ଦର ରାଓ ବାଗ, ଗେଦଲି ଶ୍ରୀନୁ, ବୃନ୍ଦାବନ ପାଢ଼ୀ ଓ ନେତା କର୍ମୀ ପ୍ରମୁଖ ଏକତ୍ରିତ ହୋଇ ବାଇକ ରାଲିରେ ବୁଡ଼ାଗୁଡା, ମାଝୀଗୁଡା, ସୁନାଖଣ୍ଡି ଓ ପଲମା ପଞ୍ଚାୟତର ଗାଁ ଗାଁ ବୁଲି ବୁଲି ଭୋଟ ଭିକ୍ଷା ମାଗିଥିଲେ ।

ADVT

ସେହିପରି କଂଗ୍ରେସ ପକ୍ଷରୁ (କ)ଜୋନର ଆସାଇ ପ୍ରାର୍ଥୀ ଅଶ୍ୱିନୀ କୁମାର ମହାପାତ୍ର ଦଳୀୟ କର୍ମୀ ନେତା ସମର୍ଥିତ ପ୍ରାର୍ଥୀମାନଙ୍କୁ ନେଇ ବାଇକ ରାଲି କରି କଲ୍ୟାଣସିଂ ହପୁର, ସିଙ୍ଗାରି, ଧାମୁଣିପଙ୍ଗା ପଞ୍ଚାୟତର ବିଭିନ୍ନ ଗାଁ ଗାଁ ବୁଲି ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି ।

ADVT

ଏହି ଦୁଇ ଦଳ ମଧ୍ୟରେ ଜୋର ସୋର ରେ ପ୍ରଚାର କରୁଥିବା ବେଳେ ବିଜେପି ଓ ସ୍ୱାଧୀନ ପାର୍ଟିର ସମର୍ଥିତ ଜିଲାପରିଷଦ ପ୍ରାର୍ଥୀ ମାନେ ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ନିର୍ବାଚନରେ ୪ଟି ଦଳ ମଧ୍ୟରୁ କିଏ ବାଜି ମାରିବ ଦେଖିବାର ରହିହିଲା


Share: