ବର୍ଷକୁ ଲକ୍ଷାଧିକ ଟଙ୍କା ଖର୍ଚ ସତ୍ୱେ ଲୋକଙ୍କ କାମରେ ଆସୁନି ଆସିକା ସହର ର ସର୍ବପୁରାତନ କଲ୍ୟାଣ ମଣ୍ଡପ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ।

ଗଞ୍ଜାମ :ଖର୍ଚ୍ଚ ପ୍ରବଳ କାମ ଦୁର୍ବଳ l ଆଉ ଯୁଆଡେ ଆଖିବୁଲାଇଲେ କେବଳ ଫଳକ ମାଳ ମାଳ l ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଆସିକା ଏନଏସି ର ତାଲୁକା ଛକ ଠାରେ ଥିବା ସର୍ବ ପୁରାତନ କଲ୍ୟାଣ ମଣ୍ଡପ ର କଥା l

ଅଞ୍ଚଳରେ ବିବାହ,ବ୍ରତ ଭୋଜି କରିବା ଏବଂ ସଭାଗୃହ ନଥିବା ରୁ ଲୋକେ ବହୁ ହଇରାଣ ହେଉଥିଲେ l ଏହି ସମସ୍ୟା ର ସମାଧାନ କରିବା ଉଦେଶ୍ୟ ନେଇ 1998 ମସିହାରେ ଓଡିଶା ର ତତକାଳିନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟନାୟକ ଏହି କଲ୍ୟାଣ ମଣ୍ଡ ଟି ଉଦଘାଟନ କରିଥିବା ବେଳେ ଆସିକା ଏନଏସି ଅଧିକାରୀ ଙ୍କ ଅବହେଳା ରୁ ଆଜି ଏହା ଜରାଜୀର୍ଣ ଅବସ୍ଥାରେ ରହିଛି l ପ୍ରତ୍ୟେକ ଆର୍ଥିକ ବର୍ଷରେ ଏହାର ଉନ୍ନତି କରଣ ଲାଗି ଏନଏସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କଲ୍ୟାଣ ମଣ୍ଡପ କନ୍ଥରେ ଲାଗିଥିବା ବିଭିନ୍ନ ଫଳକ କୁ ଦେଖିଲେ ଅନୁମେୟ ହେଉଛି l ତେବେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ୱେ କଲ୍ୟାଣ ମଣ୍ଡପ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l
କଲ୍ୟାଣ ମଣ୍ଡପ ଟି ବର୍ତମାନ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟି ଥିବା ବେଳେ ଗୋରୁ ଗାଇଙ୍କ ଶୋଇବା ସ୍ଥାନ ପାଲାଟିଛି l କଲ୍ୟାଣ ମଣ୍ଡପର ଅବ୍ୟବସ୍ଥା ନେଇ ସୂଚନା ରହିଛି l ଆଗାମୀ ତିନିମାସ ଭିତରେ ଏହା ପୁନଃ କାର୍ଯ୍ୟକ୍ଷମ କରାଯିବା ନେଇ କହିଛନ୍ତି ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ l
ତେବେ ଆସିକା ସହର ର ଏହି ସର୍ବ ପୁରାତନ ଓ ବୃହତ କଲ୍ୟାଣ ମଣ୍ଡପ କାର୍ଯ୍ୟକ୍ଷମ ନେଇ ଅଧିକାରୀ ଦେଇଥିବା ପ୍ରତିଶୃତି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକିରହିଲା l


Share: