ବିଜୟନଗର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

Share:

ନିତ୍ୟ ସୁନ୍ଦର ଜେନା ଓ ଯଜ୍ଞେଶ୍ଵର ଦାସ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବିଜୟନଗର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି , ଉକ୍ତ କାର୍ଯ୍ୟକ୍ରମରେ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚ୍ଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମେ ଆସି ସ୍କୁଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତିରେ ପୂଷ୍ପମାଲ୍ୟ ଦେଇ ସଭା ସ୍ଥଳୀକୁ ଯାଇଥିଲେ, ଉକ୍ତ ସ୍କୁଲର କିପରି ଉନ୍ନତି ହେବ , ତଥା ପିଲାମାନେ ଆଗାମୀ ଦିନରେ କିପରି ଭଲ ମଣିଷ ହୋଇ ସ୍କୁଲର ଟେକ ରଖିବେ ବକ୍ତବ୍ୟ ରଖିଥିଲେ . ଓ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ , ସ୍କୁଲ ପ୍ରଧାନ ଶିକ୍ଷକ ମଦନ ମୋହନ କର ସଭାରେ ସଭାପତିତ୍ବ କରିଥିଲେ , ବ୍ଲକ୍ ର ଅଧକ୍ଷା କଳ୍ପନା ରାଉତ ଉପାଧକ୍ଷ ବିଜୟ ଶୁକ୍ଳା , ସରପଞ୍ଚ ରୂପ ସିନୀ ସାହୁ , ସମିତି ସଭ୍ୟା ଗୀତାଞଳି ତ୍ରିପାଠୀ ସମାଜସେବୀ ଦେବଦତ୍ତ ପରିଡ଼ା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ନଳୀନି ପ୍ରଭା ଚୈଧୁରି
ମୋ ସ୍କୁଲ ସଭାପତି ଭାଗବତ ନନ୍ଦ ଉତ୍ସବ ସମ୍ପର୍କରେ ବକ୍ତବ୍ୟ ଦେଇ ଥିଲେ ଓ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟ କ୍ରମକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ , ପରିଶେଷରେ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ନାଚ ଗୀତର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା , ଛାତ୍ର ଛାତ୍ରୀମାନଙ୍କର ଅଭିଭାବକ ଓ ଅଭିଭାବିକା ମାନେ ମଧ୍ୟ ଯୋଗ ଦେଇଥିଲେ . ପିଲାମାନଙ୍କର କୃତି ତ୍ବରେ ଖୁସି ବ୍ୟକ୍ତ କରିଥିଲେ.


Share: