ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଇମଡାରେ ବାର୍ଷିକ ଉତ୍ସବ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କୋଲନରା ବ୍ଲକ ଅନ୍ତର୍ଗତ ଭୋଇମଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏମ୍ ଖଗେଶ୍ବର ରାଓ ଯୋଗ ଦେଇଥିଲେ। ସେହିପରି କୋଲନରା ବ୍ଲକ ଅଧକ୍ଷା ସଂଯୁକ୍ତା କୁଲିସିକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡାଲିମ୍ବ ସୂର୍ଯ୍ୟ, ଏବିଇଓ ପିତୃଦେବ ବିଡିକା, ସ୍ଥାନୀୟ ସରପଞ୍ଚ ସୋମନାଥ ହେପ୍ରିକା, ସିଆରସିସି ଯୁଧିଷ୍ଠିର ମୁଟୁକା ଓ ବିଦ୍ୟାଳୟ ପରିଚାଳନା ସଭାପତି ରବି କଣ୍ଡାଗରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କିନ୍ତୁ ସ୍ଥାନୀୟ ସମିତି ସଭ୍ୟା ଅନିତା ମଣ୍ଡାଙ୍ଗୀ ଓ ଜ଼ିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗ ଙ୍କ ମଞ୍ଚରେ ଦେଖନଥିଲା ଏହି ଦୁଇ ଙ୍କୁ ଜାଣିଶୁଣି ଡକାଯାଇନଥିଲା ନା ସେମାନେ ଏହି କାର୍ଯ୍ୟକ୍ରମ କୁ ଆସିଲେନାହିଁ ତାହା ପ୍ରଶ୍ନ ବାଚୀ ହୋଇଛି l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଗଣେଶଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ପ୍ରଦାନ କରିବା ସହ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ପାଳ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ଆବଶ୍ୟକତା ପୂରଣ ଦିଗରେ ମନ୍ତ୍ରୀ ଶ୍ରୀ ସରକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆସ ପଢିବା, ବଢିବା ଓ ଶ୍ରେଷ୍ଠ ହେବା ବୋଲି ନିଜ ଅଭିଭାଷଣରେ କହିବା ସହ ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା କହିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ କୃତି ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ କାଟିକଣା ସରପଞ୍ଚ ବିଜୟ ମାଣ୍ଡାଙ୍ଗି, ରେଖାପଦର ସରପଞ୍ଚ ଗୋପାଳ ପିର୍ବାକା, ମୁକୁନ୍ଦପୁର ସରପଞ୍ଚ ସନ୍ତୋସିନୀ ହୁଇକା, କୈଳାଶପୁର ସରପଞ୍ଚ ହେମାବତୀ କଣ୍ଡାଗରି, ବଡଖିଲାପଦର ସରପଞ୍ଚ ମାଦାରାଓ କଣ୍ଡାଗରି, କୋଲନରା ସରପଞ୍ଚ ପରମାନନ୍ଦ କଣ୍ଡାଗରି, ରେଖାପଦର ସେମିତି ସଭ୍ୟ ସରୋଜ ପଣ୍ଡୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଅମୂଲ୍ୟ ମାଳି ଓ ବାଳକୃଷ୍ଣ ଗମାଙ୍ଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶୈଳେନ୍ଦ୍ର ସ୍ୱାଇଁ, ମାଧବାନନ୍ଦ ସ୍ୱାଇଁ, ବିଦ୍ୟାଧର ପଲେଇ, ରବୀନ୍ଦ୍ର ପିର୍ବାକା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ନିର୍ମିତ ଏକ ଭୋଜନ ପ୍ରକୋଷ୍ଠକୁ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, ବିଦ୍ୟାଳୟ କମିଟି ଓ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।


Share: