ତେଜିଲା ମଦ ବନ୍ଦ ଆନ୍ଦୋଳନ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ମଦ ବିକ୍ରିକୁବିରୋଧଗଞ୍ଜାମଜିଲ୍ଲା
ହିଞ୍ଜିଳି ଥାନା ଶାସନ ଆମ୍ବଗାଁ ଛକରେ ମଦ ବିକ୍ରିକୁ ବିରୋଧ କରିଛନ୍ତି ଶତାଧୂକ ମହିଳା ଓ ପୁରୁଷ । ଘଟଣାସ୍ଥଳରେ ହିଞ୍ଜିଳି ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଖବର ଅନୁଯାୟୀ, କିଛି ଦିନ ଅଞ୍ଚଳରେ ବେଆଇନ୍ ମଦ କାରବାର ବଢିଚାଲିଛି । ଯାହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । ହେଲେ ସମସ୍ତ ଚୁପ୍ ବସିଛନ୍ତି । ଶେଷରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନେଇ ଶତାଧ୍ଵକ ମହିଳା ପୁରୁଷ ଏକତ୍ରିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ମଦ ଦୋକାନ ନିକଟକୁ ଯାଇ ମଦ ପିଙ୍ଗିବା ସହ ଦୋକାନ ଭଙ୍ଗା ରୁଜା କରିଛନ୍ତି । ସେହିପରି ସରପଞ୍ଚଙ୍କ ଘର ସମ୍ମୁଖକୁ ଯାଇ ମଧ୍ୟ ହୋ ହାଲ୍ଲା କରିଥିଲେ ଉତ୍ୟକ୍ତ ଲୋକେ । ଖବର ପାଇଁ ହିଂଜିଳି ପୋଲିସ ଘଟଣାସ୍ଥଳକୁ ଯାଇ
ଲୋକଙ୍କୁ ବଝା ସୁଝା କରୁଛି ।


Share: