କୁଜଙ୍ଗରେ ସାତଦିନ ବ୍ୟାପି ସାଂସ୍କୃତିକ ମହୋତ୍ସବ ମା’,ମାଟି ଆଉ ସଂସ୍କୃତିର ଏକ ଅନନ୍ୟ ନିଦର୍ଶନ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର କଟକ : – ସଂସ୍କୃତି ଓ ସଭ୍ୟତା ହେଉଛି ମା ମାଉ ମାଟିର ବାସ୍ନା । ସଂସ୍କୃତି ହି ଆମକୁ ଉଜ୍ଜୀବିତ ରହିବାକୁ ପ୍ରେରଣା ଯୋଗାଏ । ଏହି ପରିପ୍ରେକ୍ଷୀରେ କୁଜଙ୍ଗ ଠାରେ ସାତଦିନ ବ୍ୟାପି ସାଂସ୍କୃତିକ ମହୋତ୍ସବ ପାଳିତ ହେଉଅଛି । ପ୍ରଥମ ଦିନରେ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଉଦଘାଟନ କରିଥିଲେ । ଉଦଘାଟନ ସମାରୋହରେ ସ୍ଥାନୀୟ ସାଂସଦ ଡ଼କ୍ଟର ରାଜଶ୍ରୀ ମଲ୍ଲିକ , ପାରାଦୀପର ବିଧାୟକ ସମ୍ବିତ ରାଉତରାୟ , କୁଜଙ୍ଗର ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଓ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟକ୍ରମର ଆବାହକ ସୈାମ୍ୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଅଂଚଳର ପ୍ରତିଭାବାନ ସଂଗୀତଜ୍ଞ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । କୁଜଙ୍ଗ ମାଟିରେ ସାରା ଓଡ଼ିଶାର ଲୋକକଳା ତଥା ସଂସ୍କୃତିକୁ ଲୋକମାନଙ୍କ ପାଖରେ ପହଁଚାଇବାକୁ ଆରମ୍ଭ କରାଯାଇଛି ଏ ଅନନ୍ୟ ପ୍ରୟାସ । ସାତଦିନ ଧରି ବିଭିନ୍ନ ପ୍ରକାର ଚିତାକର୍ଷକ କାର୍ଯ୍ୟକ୍ରମ ସହ ମୀନାବଜାର ଓ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯାଇଛି । ଐତିହସଂପନ୍ନ କୁଜଙ୍ଗ ମାଟିକୁ କଳାମୟ କରିବା ହିଁ ଆମର ପ୍ରଧାନ ଲକ୍ଷ୍ୟ ବୋଲି ମହୋତ୍ସବର ଆବାହକ ତଥା ସମ୍ପାଦକ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି । ଉଦଘାଟନ ଉତ୍ସବରେ ଏ ମାଟିର ଅନେକ ପ୍ରତିଭାମାନଙ୍କୁ ପୁରସ୍କୃତ କରିବା ସହ ଅତିଥିମାନେ ବୀରତ୍ୱଗାଥାକୁ ଦୋହରାଇଥିଲେ । ପିଲାଠୁ ବୟସ୍କ ସଭିଏଁ ଉତ୍ସବର ମଜା ନେଉଛନ୍ତି । ତେବେ ଆଗାମୀ ଦିନରେ ଏ ମହୋତ୍ସବ ସମସ୍ତଙ୍କୁ ଏକ ସଂସ୍କୃତିର ରଜ୍ଜୁରେ ବାନ୍ଧି ରଖିବ ବୋଲି ଲୋକମାନେ ମତପ୍ରକାଶ କରିଛନ୍ତି ।


Share: