ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

Share:

ଜ୍ୟୋଷ୍ଠ ପୁତ୍ର ମହାଦୀପ ଦେଲେ ମୁଖାଗ୍ନି।

ରଞ୍ଜନ ଦାସଙ୍କ ରିପୋର୍ଟ।

ପୁରୀ- ବିଶିଷ୍ଟ ସଙ୍ଗୀତଜ୍ଞ, ସାହିତ୍ୟିକ ଏବଂ ସ୍ତମ୍ଭକାର ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କରଙ୍କ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମା, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସ୍ବର୍ଗଦ୍ବାର ଠାରେ ପଦ୍ମଶ୍ରୀ କରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ ସାଂସଦ ଶ୍ରୀ ତଥାଗତ ଶତପଥି ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ତାଙ୍କ ଜ୍ୟୋଷ୍ଠ ପୁତ୍ର ମହାଦୀପ କର ମୁଖାଗ୍ନି ଦେଇଥିଲେ । ସାନ ପୁଅ ଶ୍ରୀ ମହାପ୍ରସାଦ କର, କନ୍ୟା ସନ୍ଧ୍ୟାଦୀପ କର, ପୁତ୍ରବଧୁ, ନାତି ନାତୁଣୀ, ସଙ୍ଗୀତ ପ୍ରେମୀ, ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜିବୀ, ସାଧାରଣ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Share: