ସରକାରଙ୍କ ସମସ୍ତ ଯୋଜନା ର ସୁଫଳତା ପାଇଁ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ଙ୍କ ସମୋନିତ ଆବଶ୍ୟକ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କୋଳନରା ବ୍ଲକ ର ଖେଦାପୋଡ଼ା ଗ୍ରାମପଞ୍ଚାୟତ କୁ ଏକ ଆଦର୍ଶ ପଂଚାୟତ କରି ଗୋଢ଼ିତଳିବା ପାଇଁ ଉଭୟ ନିର୍ବଚିତ ଜନପ୍ରତିନିଧି ସରପଞ୍ଚ ସମିତି ସଭ୍ୟ ବିଧାୟକ ଓ ପ୍ରଶାସନିକ ସ୍ତରରେ ଜ଼ିଲ୍ଲାପାଳ,ଗୋଷ୍ଠି ଉନୟନ ଅଧିକାରୀ, ସ୍ଥାନୀୟ ପଂଚାୟତ ର ଗ୍ରାମସେବକ ଆଗେଇଆସିଛନ୍ତି l ଏହି ପଂଚାୟତ ରର ଗୌଡ଼ଗୁଡା ଓ ଦେପୁର ଠାରେ ଦୁଇଟି ଅମୃତ ସରୋବର ନିର୍ମାଣ କରାଯିବା ସହିତ ଡେଙ୍ଗା୍ସର୍ଗୀ ଠାରେ ରାୟଗଡା ଆଇ ଟି ଡି ଇ ଓ ଉଦ୍ୟାନ ବିଭାଗ ଙ୍କ ସହାୟତା ରେ ବିଭିନ୍ନ ଫୁଲ ଉଦ୍ୟାନ କୁ ମିଶନ ଶକ୍ତି ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ର ଏକ ଫୁଲ ବଗିଚା କରି ପାରିଛନ୍ତି l ଫୁଲ ଚାଷ ପାଇଁ ଆବଶ୍ୟକ ପଡୁଥିବା ପାଣି ରାୟଗଡା ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ଲିଫ୍ଟ ପମ୍ପ ମାଧ୍ୟମରେ ଯୋଗାଯାଉଛି l ଏହି ଉଦ୍ୟାନ ରୃ ମହୁମାଛି ଚାଷ କରି ମହୁ ମଧ୍ୟ୍ୟ ସଂଗ୍ରହ କରାଯାଉଛି l ଉତ୍ପାଦିତ ଫୁଲ ଓ ମହୁ କୁ ବିକ୍ରି କରି ଗ୍ରୁପ ର ମହିଳା ମନେ ବେଶ ଉପକୃତ ହଉଛନ୍ତି ବୋଲି ସରପଞ୍ଚ ଶ୍ରୀ ନରସିଂହ କୀଲାକା କହିଛନ୍ତି l ଏହି ପଂଚାୟତ ର କୌଣସି ବ୍ୟକ୍ତି ମୃତ୍ୟୁବରଣ କରିଲେ ପଂଚାୟତ ପକ୍ଷରୁ ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ସାହାଯ୍ୟ ଦିଆଯାଉଛି ଗତ କିଛିଦିନ ତାକେ ଭାଲିଖମାର ଗ୍ରାମର ଚନ୍ଦ୍ର ହିମିରିକା ଙ୍କୁ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ 2009 ତାଙ୍କ ସରପଞ୍ଚ ନରସିଂହ ପ୍ରଦାନ କରିଥିଲେ l ଗତ କିଛି ମାସ ପୂର୍ବେ ଓଡିଶା ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଦେପୁର ଗ୍ରାମ କୁ ଆସି ଅମୃତ ସରୋବର କୁ ଦେଖିଥିଲେ l ରାଜ୍ୟପାଳ ଙ୍କ ଏହି ପଂଚାୟତ କୁ ପରିଦର୍ଶନ କରି ଫେରିବା ପରେ ଖେଦାପୋଡ଼ା ଠାରେ ଖେଳ ପଡିଆ ସହିତ ବିଭିନ୍ନ ଗ୍ରାମ କୁ ରାସ୍ତା କାମ ସହିତ ଅନ୍ୟାନ୍ୟ ଯୋଜନା କିପରି କାର୍ଯ୍ୟକାରୀ ହେବ ସେଥିପାଇଁ ସେଥିପାଇଁ ସରକାରୀ ପ୍ରସାଶନିକ ଅଧିକାରୀ ଓ ନିର୍ବାଚିତ ଜଣ ପ୍ରତିନଧି ଙ୍କ ମିଳିତ ଉଦ୍ୟମ ରର ସମ୍ଭବ ବୋଲି କହିଛନ୍ତି l କିଛିଦିନ ତଳେ ସରପଞ୍ଚ କୀଲାକା ଜ଼ିଲ୍ଲାପାଳ ଙ୍କ ସହିତ ଏହି ଆଲୋଚନା କରି ଏଜି ପଂଚାୟତ ର ବିଭିନ୍ନ ସ୍କୁଲର ମରାମତି ସାଙ୍ଗ କୁ ଶିକ୍ଷା ର ବିକାଶ ପାଇଁ ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ ପାଇଁ ଅନୁରୋଧ କରିଥିଲେ l


Share: