ସହର ମଧ୍ୟରେ ପିଡ଼ିଏସ ସାମଗ୍ରୀ କେନ୍ଦ୍ର ଖୋଲିବା ପ୍ରତିବାଦ ରେ ଶତାଧିକ ମହିଳାଙ୍କ ଏନଏସି ଘେରାଉ, ଦାବିପତ୍ର ପ୍ରଦାନ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ସରକାରି ସୁଲଭ ମୂଲ୍ୟ ଦୋକାନ ସହର ମଧ୍ୟରେ ଖୋଲିବା ନେଇ ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଘେରାଉ କରିଛନ୍ତି ଶତାଧିକ ମହିଳା l ପୂର୍ବରୁ ଏନଏସି ର ଭାଇଗା ସାହି ଠାରେ ପିଡ଼ିଏସ ସାମଗ୍ରୀ ଯୋଗାଣ କେନ୍ଦ୍ର ରହିଥିବା ବେଳେ ଏଠାରେ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ ରେ ଠକେଇ, ଅନିୟମିତତା ଓ ହିତାଧିକାରୀଙ୍କୁ ଦୁବ୍ୟବହାର ଆଦି ଅଭିଯୋଗ ପରେ ବିଭାଗ ଦ୍ୱାରା ସେହି କେନ୍ଦ୍ରକୁ ବନ୍ଦ କରାଯାଇ ସହର ଠାରୁ 2 କିଲୋମିଟର ଦୁରରେ ଥିବା ଇନାମ ବେଲପଡା ଠାରେ ନୂତନ ଭାବେ ବ୍ୟବସ୍ଥା କରାଯାଇଛି l

ତେବେ ସହର ଠାରୁ ବହୁ ଦୁରରେ ଏହି କେନ୍ଦ୍ର ରହିବା କାରଣରୁ ଅଧିକାଂଶ ସମୟ ହିତାଧିକାରୀ ବହୁ ହଇରାଣ ର ସମ୍ମୁଖୀନ ହେଉଥିବା ଯୋଗୁଁ ଏହି କେନ୍ଦ୍ରକୁ ସହର କଲ୍ୟାଣ ମଣ୍ଡପ କିମ୍ବା ଏହାର ପାଖାପାଖି ଅଞ୍ଚଳରେ ସ୍ଥାପନ କଲେ ଏହାର ଫାଇଦା ପାଇବା ଦାବି ନେଇ ଆଜି କୋଦଳ ଏନଏସି ଘେରାଉ କରି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଆଗାମୀ ଦିନରେ ଦାବି ଯଦି ପୂରଣ ନ ହୁଏ ତାହାଲେ ରାଜରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି ମହିଳା ମାନେ
ଏହି ଅବସରେ ଅଞ୍ଚଳରେ ବହୁ ସଂଖ୍ୟାରେ ମହିଳା ଓ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତା ଉପସ୍ଥିତ ରହିଥିଲେ


Share: