ମାନବ ସେବା ହିଁ ମାଧବ ସେବା ପ୍ରଭାତୀ

Share:

ଅମୂଲ୍ୟ ନିଶଙ୍କ

ରାୟଗଡା ଆଜି ଗୁଣୁପୁର ନୂତନ ବସଷ୍ଟାଣ୍ଡ ନିକଟରେ ବୃଦ୍ଧ ବ୍ୟକ୍ତି ଜଣେ ଅଚେତ ଅବସ୍ଥାରେ ପଡିଥିବାର ଦେଖିଥିଲେ ଗୁଣୁପୁର ପୌର ନିର୍ବାହୀ ଅଧିକାରି ତଥା ରାମନାଗୁଡ଼ା ଗୋଷ୍ଠି ଉନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ,ସଂଗେ ସଂଗେ ସେହି ଅଚେତ ବ୍ୟକ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତର ଖାନା କୁ ଚିକିତ୍ସା ପାଇଁ ନେବା ନିମନ୍ତେ ଉଦ୍ୟମ କରୁଥିବା ସମୟରେ ଏହି ଖବର ପାଇ
ବିଜେଡି କାଉନସିଲର ଭାଗିରଥି ବିଷୟୀ,ବରିଷ୍ଟ ବିଜେଡି କର୍ମୀ ସନ୍ତୁ ପଟ୍ଟନାୟକ ,ବିଜୁ ଯୁବ ଉପସଭାପତି ଗୌତମ ବିଷୟୀ ,ବିଜୁ ଛାତ୍ର ସଭାପତି କିରଣ କୁମାର ଏବଂ ବାବୁଲି ମିଶ୍ର ଘଟଣା ସ୍ଥଳରେ ପହଂଚି ସେହି ବ୍ୟକ୍ତି ଙ୍କୁ ଉଦ୍ଧାର କରିବା ସହିତ ଡାକ୍ତର ଖାନା କୁ ନେଇଥିଲେ l ଅଚେତ ବ୍ୟକ୍ତି ଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ବାହୀ ଅଧିକାରୀ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ l ସେ ମହିଳା ପ୍ରସାଶନିକ ଅଧିକାରୀ ହୋଇ ମଧ୍ୟ୍ୟ ଟିକେ ହେଲେ ଗର୍ବ ଅହଂକାର ନାହିଁ ତାଙ୍କରି ମନରେ l ସେ ରାସ୍ତାରେ ଯାଉଥିବା ସମୟ ରର ଏହି ବ୍ୟକ୍ତି କୁ ଅଚେତ ଅବସ୍ଥାରେ ଦେଖି ସେ ନିଜକୁ ସମ୍ଭାଳି ଣ ପାରି ତାକୁ ଉଦ୍ଧାର କରି ଡାକ୍ତର ଖାନା ନେଇଥିଲେ କିନ୍ତୁ କେତକ ବ୍ୟକ୍ତି ଏହ ବ୍ୟକ୍ତି କୁ ଦେଖି ନ ଦେଖିଲା ପରି ଚାଲି ଯାଉଥିଲେ l ପ୍ରଭାତୀ ଙ୍କ ଏହି କାମ ପାଇଁ ଚାରି ଆଡ଼ ରୁ ଶୁଭେଚ୍ଛା ର ସୁଅ ଚୁଟିବାରେ ଲାଗିଛି l ମାନବ ସେବା ହିଁ ଭଗବାନ ଙ୍କ ସେବା ବୋଲି ସେ କହିଛନ୍ତି l


Share: