ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ : ଭାରତୀୟ ରେଡକ୍ରସ ସୋସାଇଟି ରାଜ୍ୟ ଶାଖା ଏବଂ ପୁରୀଜିଲ୍ଲା ରେଡକ୍ରସ ଶାଖାର ମିଳିତ ସହଯୋଗରେ ଏକ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂସ୍କୃତି ଭବନ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଥିଲା।


L

ଏଥିରେ ଜିଲ୍ଲା ରେଡକ୍ରସ ଶାଖାର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଯୋଗ ଦେଇ ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ,ଜିଲ୍ଲା ରେଡକ୍ରସ ର ସାଧାରଣ ସମ୍ପାଦକ ତଥା ଜିଲ୍ଲା ଆପାତ କାଳୀନ ଅଧିକାରୀ ଡଃ ଜିତେନ୍ଦ୍ର କୁମାର ପାତ୍ର,ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଗୀତାଞଳି ପଣ୍ଡା ପ୍ରମୁଖ ମଚାଂସିନ ଥିଲେ।କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତୀ ମହାପାତ୍ର, ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇଥିଲେ। । ସଦସ୍ୟ ମଧୁମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ପ୍ରଶିକ୍ଷକ ଭାବେ ରାଜ୍ୟ ଶାଖାର ଗୁଲସନ ଦାଶ ଓ ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।


Share: