ଯଯାତି ସେନା ପକ୍ଷରୁ ରକ୍ତଦାନ ଶିବିର।

Share:

ରାୟଗଡା ରୁ ଅମୂଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡା ଜିଲା ପଦ୍ମପୁର ଅଞ୍ଚଳର ବିଶିଷ୍ଟ ବିଜେଡି ନେତା ସ୍ବର୍ଗତ ଯଯାତି ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ବର୍ଗତ ସାହୁ ଙ୍କ ଅନୁଗାମୀ ମାନଙ୍କ ଦ୍ୱାରା ଯଯାତି ସେନା ତରଫରୁ ମା ଖିଲାମୁଣ୍ଡା ଠାକୁରାଣୀ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ୱର୍ଗତ ଯଯାତି ସାହୁଙ୍କ ୧୯ତମ ଶ୍ରାଦ୍ଧବାର୍ଷିକ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ସ୍ୱେଚ୍ଛାକୃତ ଭାବରେ ସ୍ଥାନୀୟ ଯୁବକ ମାନେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି।ଏଥିରେ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ରକ୍ତଦାନ ଶିବିରରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରର ଏକ ଡାକ୍ତରୀଟିମ ଆସି ସଂଗ୍ରହ କରିଥିଲେ। ବରିଷ୍ଟ ବିଜେଡି ନେତା ରଘୁନନ୍ଦନ ନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସ୍ବର୍ଗତ ଯଯାତି ଏହି ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରତିଷ୍ଠା କରିଛନ୍ତି ଏହି ଠାରେ ବିଜେଡି ର ନେତା କହିଲେ ସ୍ବର୍ଗତ ଯଯାତିଙ୍କୁ ହିଁ ବୁଝା ଯାଏ କିନ୍ତୁ ଦୁଃଖର ବିଷୟ ଏହି ନେତା ଙ୍କୁ ବିଜେଡି ଦଳ ର ନେତା ମନ୍ତ୍ରୀ ସମସ୍ତେ ଭୁଲିଗଲେ କେବଳ ତାଙ୍କରି ନାଁ ରେ ନିଜର ବ୍ୟକ୍ତିଗତ ଫାଇଦାରେ ଲାଗିଛନ୍ତି କିନ୍ତୁ ଯଯାତିଙ୍କ ବଳିଦାନ କୁ ଜୀବିତ ରଖିବା ସହିତ ଏହି ବିଜେଡି କୁ ବଞ୍ଚାଇବା ପାଇଁ ଆମେ ସବୁ ଯଯାତି ସେନା ସ୍ବର୍ଗତ ଯଯାତିଙ୍କୁ ମାନେ ରଖିବା ପାଇଁ ଏହି ରକ୍ତଦାନ ଶିବିର କରିଛୁ ଦିମ୍ବଗତ ଆତ୍ମାର ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ ଯଯାତି ସେନା ପକ୍ଷରୁ ଏହି କାର୍ଯ୍ୟକ୍ରମ କ ବ୍ଲକ ବିଜେଡି ସଭାପତି ମଣ୍ଟୁ ଆଚାର୍ଯ୍ୟ ବିଜେଡି ଯୁବ ସମ୍ପାଦକ ନାରାୟଣ ରାଜୁ ଚିରୁଭାଇ ବିଜେଡି ନେତା ଈସ୍ୱର ସାହୁ ଗୁଣଭାଇ ବ୍ରଜ ସୁନ୍ଦର ପାଣିଗ୍ରାହୀ ଜୟ ପଣ୍ଡା ଲୁଲୁ ପାଣିଗ୍ରାହୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ


Share: