ଢେଙ୍କନାଳର ଅରିଜିତ ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ନିର୍ବାଚିତ

Share:

ପପୁ କୁମାର ସାହୁ

ଢେଙ୍କାନାଳ :ଛାତ୍ର ସଂଗଠନ ABVP ର ଓଡିଶା ପ୍ରଦେଶର ୪୭ ତମ ରାଜ୍ୟ ଅଧିବେସନ ଅନୁଗୁଳ ଠାରେ ୨୩,୨୪,୨୫, ଅନୁଗୁଳ ଠାରେ ଅନୁଷ୍ଠିତ ହୋଇଛି l ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ABVP ର କାର୍ଯ୍ୟକର୍ତ୍ତା ଓ ମାନେ ଯୋଗ ଦେଇଛନ୍ତି l
ବିଦ୍ୟାର୍ଥୀ ପରିଷଦର ପ୍ରତି ବର୍ଷ ଦାୟିତ୍ୱ ପରିବର୍ତ୍ତନ ହୁଏ l ଚଳିତ ଶିକ୍ଷା ବର୍ଷ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସଭାପତି ରୂପେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ସମ୍ପାଦକ ରୂପେ ଢେଙ୍କନାଳର ଅରିଜିତ ପଟ୍ଟନାୟକ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି l ଗତ ୨୨ ତାରିଖ ଦିନ ଏହି ଘୋଷଣା ଏବିଭିପି ପକ୍ଷରୁ କରାଯାଇଥିଲା l ଅନୁଗୁଳ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଅଧିବେଶନର ପ୍ରଥମ ଦିନରେ ଶ୍ରୀ ଅରିଜିତ ଦାୟିତ୍ୱ ଗ୍ରହଣ କରିଛନ୍ତି l ଅରିଜିତ ବର୍ତମାନ୍ ପୂର୍ଣ୍ଣକାଳୀନ ରୂପେ ବାଲେଶ୍ଵର ନଗର୍ ବିଦ୍ୟାର୍ଥୀ ବିସ୍ତାରକ ରୂପେ ମଧ୍ଯ ଦାୟିତ୍ୱ ତୁଲାଉଛନ୍ତି l ପୂର୍ବରୁ ଢେଙ୍କନାଳ ନଗର୍ ସମ୍ପାଦକ, ଢେଙ୍କନାଳ ଜିଲ୍ଲା ସଂଯୋଯକ,, ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ, ରାଜ୍ୟ ସହ ସମ୍ପାଦକ ଭଳି ବୋହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହନ୍ କରିଛନ୍ତି l ବର୍ତ୍ତମାନର ଶ୍ରୀ ପଟ୍ଟନାୟକ ଆଇନ୍ ବିଭାଗର ପ୍ରଥମ ବର୍ଷର ଛାତ୍ର l ୨୦୧୬ ମସିହାରୁ ଏବିଭିପି ସହ ଜଡିତ ଥିବା ବେଳେ ୨୦୨୧ ମସିହାରୁ ପୂର୍ଣ୍ଣକାଳୀନ ଅଛନ୍ତି ଶ୍ରୀ ଅରିଜିତ l ଦାୟିତ୍ଵ ପାଇବା ପରେ ଅରିଜିତ କହିଛନ୍ତି ଯେ ସେ ସଂଗଠନ ପ୍ରତି କୃତଜ୍ଞ ସଂଗଠନ ତାଙ୍କ ଉପରେ ଭରସା ରଖି ଏତେ ବଡ଼ ଦାୟିତ୍ଵ ଦେଇଥିବାରୁ I ଦାୟିତ୍ୱ ପାଇବା ପରେ ସମସ୍ତ ଜ୍ୟେଷ୍ଠ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବଦ୍ ଜଣାଇଛନ୍ତି ଅରିଜିତ l


Share: