ପୁରୀରେ ଉପାନ୍ତ ଓଡିଶା ନିୟୁଜର ଦ୍ୱିତୀୟ ବାର୍ଷିକ ଉର୍ତ୍ସବ ପାଳନ

Share:

ଓଡିଶା ବ୍ୟୁରୋ

ପୁରୀ :ଆଜି ପୁରୀ ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚ ଠାରେ ଉପାନ୍ତ ଓଡିଶା ନିୟୁଜର ଦ୍ୱିତୀୟ ବାର୍ଷିକ ଉର୍ତ୍ସବ ଧୂମଧାମର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ନବୀନ ସମ୍ବାଦ ପତ୍ରର ସମ୍ପାଦକ ରବି ରଥ, ମହାପ୍ରଭୁଙ୍କୁ ଶ୍ରୀଅଙ୍ଗ ସେବକ ମଧୁସୂଦନ ସିଙ୍ଗାରୀ, ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି, ଓଡ଼ିଆ ହାସ୍ୟଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ, ଅମୀୟ କୁମାର ପଟ୍ଟନାୟକ, ଆଡଭୋକେଟ ପୂର୍ଣ୍ଣ ଚନ୍ଦ୍ର ଦାସ ପ୍ରମୁଖ ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ କରି ମଞ୍ଚର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପାନ୍ତ ଓଡିଶାର ପରିଚାଳନା ନିର୍ଦେଶକ ପୌରହିତ କରିଥିଲେ l ଚଳିତ ବର୍ଷ ଉପାନ୍ତ ଓଡିଶା ପରିବାର ନିଆରା ଢଙ୍ଗରେ ପାଳିଥିଲା ଜନ୍ମବାର୍ଷିକ ଉର୍ତ୍ସବ l ଏଥିରେ ପୁରୀ ସହରର ସ୍ୱଚ୍ଛସାଥି ଓ ସ୍ୱଚ୍ଛ ସାଥି ସୁପର ଭାଇଜର ମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ମଞ୍ଚାସିନ ଅତିଥି ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ପରେ ପରେ ପୁରୀର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଉପାନ୍ତ ଓଡିଶା ର ସାମ୍ବାଦିକ ମାନଙ୍କୁ ସମାନିତ କରାଯାଇଥିଲା lଏହି ସମସ୍ତ କାର୍ଯ୍ୟକୁ ଗଣେଶ ବିଶୋଇ ଓ ଅଜିତ କୁମାର ଦାସ ପରିଚାଳନା କରିଥିଲେ


Share: