ଏସୟୁଜେ ପକ୍ଷରୁ କେନ୍ଦ୍ରାପଡ଼ା ରେ ସାମ୍ବାଦିକ ସମାବେଶ

Share:

ବିଶ୍ୱଜିତ ପ୍ରଧାନ

କେନ୍ଦ୍ରାପଡ଼ା :ଓଡିଶା ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଶାଖା ସହଯୋଗରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମାବେଶ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚଣ୍ଡିଆ ପ୍ୟାଲେସ ରେ l ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ ଶିବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ନିରାକରଣ ଉପରେ ଜିଲ୍ଲାର ଅଭିଜ୍ଞ ସାମ୍ବାଦିକମାନେ ସେମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସନମାନୀତ ଅତିଥି ଭାବେ ପି.ଟି.ଆଇ.ର ପ୍ରତିନିଧି ତଥା ଏସ.ୟୁ.ଜେ.ରାଜ୍ୟ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସାମ୍ବାଦିକ ସଂଘ କୋଷାଧ୍ୟକ୍ଷ ଅଖିଳେଶ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ଯୋଗଦେଇ ସମ୍ମିଳନୀ ରେ ସାମ୍ବାଦିକ ଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ଜଗନ୍ନାଥ ଧଳ, ରାଜେଶ ବେହେରା, ପରେଶ ଦାସ, ଜୀବନ ସିଂ, ମାତୃଦତ ମହାନ୍ତି ପ୍ରମୁଖ ସାମ୍ବାଦିକ ଙ୍କ ସୁରକ୍ଷା ନେଇ ବକ୍ତବ୍ୟ ରଖିଥିଲେ । ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି, ମାନବ ଅଧିକାର କର୍ମୀ ସାଗର ଜେନା, ତବଲା ବାଦକ ବାବାଜୀ ଚରଣ ସ୍ୱାଇଁ ଓ ପ୍ରକୃତି ପ୍ରେମୀ ବାପି ଗୋଛାୟତ ପ୍ରମୁଖଙ୍କୁ ଏସ.ୟୁ.ଜେ. ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ଦୈତାରୀ ଜେନା, ମୁକ୍ତେଶ୍ୱର ସ୍ୱାଇଁ, ଆକାଶ ଦାସ, ମନୋଜ ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଏହି ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଜିଲ୍ଲାର ବ୍ଲକ ଓ ପୌରାଂଚଳରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ ।


Share: