ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, ପୋଖରୀ ଖନନ କାର୍ଯ୍ୟ ବନ୍ଦ କଲା ପ୍ରଶାସନ ଏଥିପାଇଁ କଣ ପ୍ରଶାସନ ଦାଈ ନୁହନ୍ତି କି

Share:

ଅମୁଲ୍ୟ ନିଶଙ୍କ

ରାୟଗଡା : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସୁଲୁଡ଼ି ମୌଜା ଅଧିନସ୍ଥ ଲାଉଗୁଡ଼ାରେ ଆନ୍ଧ୍ର ସରକାର ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ପୋଖରୀ ଖୋଳା ଯାଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ପୋଖରୀ ଖନନ କାର୍ଯ୍ୟଟି ଏମଜିଏନଆରଇଜିଏ ମାଧ୍ୟମରେ କରାଯାଉଛି ବୋଲି କହିଥିବାବେଳେ ସେହି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ସରକାରଙ୍କ କୌଣସି ଫଳକ ଲଗା ଯାଇନଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଘଟଣା ସମ୍ପର୍କରେ ଉକ୍ତ ଗ୍ରାମବାସୀମାନେ ବ୍ଲକ ପ୍ରଶାସନକୁ ଜଣାଇବା ପରେ ଯଦି ପୁଣିଥରେ ଆନ୍ଧ୍ରପ୍ରଦେଶର ଦଲାଲ କିମ୍ବା ସରକାର ଅନୁପ୍ରବେଶ କରନ୍ତି ତା’ହାହେଲେ ସଙ୍ଗେ ସଙ୍ଗେ ବ୍ଲକ ପ୍ରଶାସନକୁ ଜଣାଇବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ୍ୟ ରୋଜଗାର ସେବକଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡ଼ିଆ ଗୋଗୁପାଡୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଘଟଣା ସମ୍ପର୍କରେ ସୂଚନା ପାଇ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର ରାମନାଗୁଡ଼ା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ, ପଞ୍ଚାୟତ ସମିତି ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ପଞ୍ଚାୟତ ନିର୍ବାହି ଅଧିକାରୀ ପି ଦିବାକର ରାଓ, ରମାକାନ୍ତ ମାଣ୍ଡାଙ୍ଗି, ସନ୍ତୋଷ କୁମାର ରତ୍ନାଲୁ, ରାଜସ୍ୱ ସୁପରଭାଇଜର ଶରତ ଆନନ୍ଦ, ଅମିନ ରାମଲତା ମାଣ୍ଡାଙ୍ଗି, ରୀନା ବାଉରୀ ଓ ଗୋଗୁପାଡୁ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀ ପ୍ରମୁଖ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟ ବନ୍ଦ କରିବାକୁ ତାଗିଦ କରିଥିଲେ । ରାମନାଗୁଡ଼ା ବ୍ଲକ ପ୍ରଶାସନର ବାରଣ ସତ୍ୱେ ପୁଣିଥରେ ଆନ୍ଧ୍ର ସରକାର କେଦାରପୁର ଶ୍ରମିକଙ୍କ ଦ୍ୱାରା ସକାଳ ୬ଟାରୁ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରି ଦିନ ୧୧ଟା ଶେଷ କରୁଥିବା ଦେଖିବାକୁ ମିଳିଥିଲ ।ଆନ୍ଧ୍ର ଯଦି ଓଡିଶା ସୀମା ଭିତରେ କାମ କରୁଛି ଏଥିପାଇଁ ଦାଈ କିଏ ତାହା ଏକ ବିରାଟ ପ୍ରଶ୍ନ ବାଚୀ l ବନ୍ଧ କାମ ହେଉ ଅଥବା କେନାଲ କାମ ହେଉ ତାହା ତ ଗୁଟିଏ ଦିନରେ ହେଉନାହିଁ l ଯେଉଁ ପଂଚାୟତ ରେ ଆନ୍ଧ୍ର ସରକାର ଓଡିଶା ରେ କାମ କରୁଛି ସେହି ପଂଚାୟତ ର ପଂଚାୟତ ଅଧିକାରୀ ଗ୍ରାମସେବକ, ଜି ଆର ଏସ, ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ଆର ଆଇ କିପରି ଜାଣି ପାରୁନାହାନ୍ତି ନା ଜାଣିଶୁଣି ଚୁପ ରହୁଛନ୍ତି l ଏଥିପାଇଁ କଣ ପ୍ରଶାସନ ଦାଈ ନୁହେଁ କି l ଜନସାଧାରଣ ବ୍ଲକ ପାଖରେ ଅଭିଯୋଗ କଲାପରେ ପ୍ରଶାସନ ଜାଣୁଛି ସେତେବେଳକୁ ଅଧା କାମ ଶେଷ ହେଇଥାଉଛି l ଏଥିରୁ ସ୍ୱଷ୍ଟ ଅନୁମାନ କରାଯାଉଛି ଯେ ଯେଉଁ ପଂଚାୟତ ଭିତରେ ପଶି ଆନ୍ଧ୍ର କାମ କରୁଛି ସମ୍ପୃକ୍ତ ପଂଚାୟତ ର ଆର ଆଇ, ଗ୍ରାମସେବକ ନିଜ କର୍ତ୍ତବ୍ୟ ରେ ଅବହେଳା କରୁଥିବା ତ ଅନୁମାନ କରାଯାଉଛି l


Share: