ବିଦ୍ୟୁତ ତାର ଲାଗି ଯୁବକ ମୃତ
ଯଜ୍ଞେଶ୍ଵର ଦାସ ଓ ନିତ୍ୟ ସୁନ୍ଦର ଜେନା
ମହାକାଳପଡା:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଗୋପିନାଥପୁରର କୁଞ୍ଜବିହାରୀ ଦାସ ଙ୍କର ଏକ ମାତ୍ର ପୁତ୍ର ଦେବୀ ପ୍ରସାଦ ଦାସ ( ଚିକୁ ) ଗତ ରାତ୍ରିରେ ମାର୍ଶାଘାଇ ର ଝୁଣ ଛକ ଠାରେ ଥିବା ଏକ ଆବାଶିକ ଶିକ୍ଷା ଅନୁଷ୍ଠାନ ରେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଅଛନ୍ତି. ଉକ୍ତ ଯୁବକ ଜଣଙ୍କ The royal guide +2 science କଲେଜରେ ପାଠ ପଢୁ ଥିଲେ, ସେ ଛାତ୍ର ବାସରେ ରହୁଥିଲେ. କାଲି ବିଳମ୍ବିତ ରାତ୍ରିରେ ଛାତ୍ର ବାସର ଉପର ତାଲାର ବାଲକୁନି ପାଖ ଦେଇ ଯାଇଥିବା ଇଲେଭେନ୍ କେଭି ତାରର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଅଛନ୍ତି, ପ୍ରଥମେ ଖବର ପାଇ ଫାୟାର ଅଫିସ ଗାଡି ପହଞ୍ଚି ଉଧାର ପାଇଁ ଗଲାବେଳକୁ ଯୁବକଟିର ମୃତ୍ୟୁ ହୋଇସାରିଥିଲା ଶବଟିକୁ ପୋଷ୍ଟ ବଟମ ପାଇଁ ପଠାଯାଇଛି. ଘଟଣା ସ୍ଥଳରେ ପୋଲିସ ବାହିନୀ ଜଗି ରହିଛନ୍ତି, ମାର୍ଶାଘାଇ ପୋଲିସ ତଦନ୍ତ ଜାରି ରଖିଛନ୍ତି,ପୋଷ୍ଟବଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ମିଳି ପାରିବ. ଉକ୍ତ ଯୁବକଙ୍କ ପରିବାର ତଥା ସାଙ୍ଗ ସାଥି ଏବଂ ଏହି ଅଞ୍ଚଳ ଲୋକ ମାନଙ୍କ ଭିତରେ ଦୁଃଖର ଆଭାସ ଦେଖିବାକୁ ମିଳିଛି,ବାପ ମାଁ ଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି. ଆମ ପ୍ରତିନିଧି ପରିବାରଙ୍କୁ ଭେଟି ଥିଲେ, ମଧ୍ୟ ପ୍ରତିକ୍ରିୟା ଆଣିବା ସମ୍ଭବ ପର ହୋଇ ନଥିଲା କାରଣ ପରିବାର ଟି ଦୁଃଖରେ ଭାଙ୍ଗି ପଡିଛନ୍ତି।