ଖଲ୍ଲିକୋଟ ଦାଦନ ଦୁଃଖର କରୁଣ ଚିତ୍ର….

Share:

ଗଞ୍ଜାମ :18/9/2021ସ୍ବାମିର ଫୋଟ କୁ ଧରି ବାହୁନି ବାହୁନି କାଂଦୁଚି ସ୍ତ୍ରୀ…ଦୁଇ କୁନି ପୁଅ ଝିଅ ବୃଦ୍ଧ ବାପା ମାଆ ଙ୍କ ଆଖିରୁ ସୁଖୁନୀ ଲୁହ.. ବିଦେଶ ରୁ ସ୍ବାମୀକୁ ସୁସ୍ଥ ଘରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ। ଗଞ୍ଜାମ ଖଲ୍ଲିକୋଟ ରୁ ପୁଣି ସାମ୍ନା କୁ ଆସିଲା ଦାଦନ ଦୁଃଖର କରୁଣ ଚିତ୍ର… ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ.. ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମ ର ପ୍ରଦୀପ ପାହାନ କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ ।

ସେଠାରେ ସେ କାର୍ଯ୍ୟ କରୁଥିବା ଡଲଫିନ ଟ୍ରେଡିଂ ଏଣ୍ଡ ଈନିଭେସ୍ଟିମ୍ଯାମ LLCରେ କରୁଥିଲେ । ଗତ ମଙ୍ଗଳବାର ଦିନ ସେଠାରେ ଥିବା କିଛି ଓଡ଼ିଆ ଶ୍ରମିକ ପରିବାର ଲୋକଙ୍କୁ ଖବର ଦେଲେ ଯେ ପ୍ରଦୀପଙ୍କ ମୃତ୍ୟୁ ଘଟିଛି ତାଙ୍କ ମୃତ ଶରୀର ସେଠାକାର ରୟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି । ମୃତ୍ୟୁ ଖବର ଶୁଣି ପରିବାର ରେ କାନ୍ଦ ବୋବାଳିରେ ଫାଟି ପଡୁଛି । ପରିବାର ଲୋକେ ମୃତ ଶରୀର କୁ ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି । ଏହାସହ ଆମ ଓଡ଼ିଆ ସମାଜ ପ୍ରତିଷ୍ଠିତା ଡକ୍ଟର ଅରୁଣ କୁମାର ପ୍ରହରାଜ ଙ୍କ ତତ୍ଵାବଧାନ ରେ କମ୍ପାନୀ ସହ ଫୋନ ଯୋଗେ କଥା ହୋଇ କିଭଳି ମୃତ ଶରୀର ନିଜ ଭିଟାମାଟିକୁ ଫେରିବା ବ୍ୟବସ୍ତା କରୁଛନ୍ତି। ସେପଟେ ପରିବାର ଲୋକଙ୍କ ଦାବି ପ୍ରଦୀପ ଙ୍କ କେମିତି ମୃତ୍ୟୁ ହେଲା ତାହାର ଶବ ବ୍ୟବଛେଦ ରିପୋର୍ଟ ସହିତ ମର ଶରୀର ପଠାଇବାକୁ ଦାବି କରିଥିବା ବେଳେ କମ୍ପାନୀ ଏହାକୁ ମନା କରୁଥିବା କହିଛନ୍ତି । ପ୍ରଦୀପ ଙ୍କ ପରିବାର କହିଲେ ବୃଦ୍ଧ ବାପା, ମାଆ, ସ୍ତ୍ରୀ ଦୁଇ କୋମଳ ମତି ପୁଅ ଏବଂ ଝିଅ । ପରିବାର ପ୍ରତିପୋଷଣ ଲାଗି ବିଦେଶ ଯାଇ ମୃତ ହେବା ପରେ ତାଙ୍କ ପରିବାର କିଭଳି ଚାଲିବ ତାଙ୍କୁ ନେଇ ଚିନ୍ତାରେ ପରିବାର ଲୋକେ । ସେପଟେ କୁନି ଝିଅ ମଧ୍ୟ ତା ବାବା କୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ।

ଭଗବାନ ପାଢ଼ୀ ଙ୍କ ରିପୋର୍ଟ


Share: