ଯେଉଁଠି ଥିଲା ଲୁହ ଆଜି ଖିଲି ଖିଲି ହସ , ଅପରେସନ ଗଙ୍ଗା ରେ ଉଦ୍ଧାର ହେଲେ ୟୁକ୍ରେନ ଡାକ୍ତରୀ ଛାତ୍ର
ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ।
ଡାକ୍ତରୀ ପଢୁଥିବା ଛାତ୍ର ଯୁଦ୍ଧଭୂମୀରୁ ଘରକୁ ଫେରିବା ପରେ ଘରେ ତଥା ଅଂଚଳରେ ଖୁସୀର ଲହରୀ ଖେଳି ଯାଇଛି ।ଗତ ଦଶ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫଶି ରହିଥିଲେ । ଏପରି ସ୍ଥଳେ ସୋନପୁର ଶାନ୍ତୀ ନଗର କଲେଜ ଲେନର ଜଣେ ଡାକ୍ତରୀ ଛାତ୍ର ୟୁକ୍ରେନର ଖାରକିଭ୍ରେ ରେ ଫସି ରହିଥିଲେ । ସୋନପୁରର ଦିଲ୍ଲୀପ କୁମାର ବିଶି ଏବଂ ନନ୍ଦିନୀ ବିଶିଙ୍କ ପୁଅ ଆଶିଷ କୁମାର ବିଶି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିଲେ । ୨୪ ବର୍ଷୀୟ ଆଶିଷ ଖାରକିଭ୍ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ଶେଷ ବର୍ଷର ଛାତ୍ର ଥିଲେ । ଆଶିଷ ଛଅ ବର୍ଷ ହେଲା ସେଠାରେ ରହି ଡାକ୍ତରୀପାଠ ପଢୁଥିବା ବେଳେ ଆଉ ଦୁଇ ମାସ ପରେ କେବଳ ଶେଷ ସେମିଷ୍ଟାର ପରୀକ୍ଷା ବାକି ଥିଲା ।ହେଲେ ଯୁଦ୍ଧ ଯୋଗୁଁ ସେ ସେଠାରେ ଫସି ରହିଥିଲେ ।ହେଲେ ଗତ ଫେବୃୟାରୀ 28ତାରିଖ ଦିନ ଖାରଖିବରୁ ଟ୍ରେନ ଯୋଗେ ବାହାରି ପୋଲାଣ୍ଡ କୁ ଯାଇଥିଲେ । ପୋଲାଣ୍ଡରୁ ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଏହି ଛାତ୍ରମାନଙ୍କୁ ଭାରତ କୁ ଅଣାଯାଇଛି । ।ନିଜ ଘରକୁ ଫେରି ଆଶିସ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ପ୍ରଚେଷ୍ଟା ଯୋଗୁ ସେ ଯୁଦ୍ଧ ଭୂମୀରୁ ନିଜ ଘରକୁ ଫେରି ପାରିଛନ୍ତି ବୋଲି କହିଛନ୍ତି ।