କେବେ ନିର୍ମାଣ ହେବ ଭାପୁର ହରୀଜ ସାହି ର ମସାଣି ଗୃହ

Share:

ଓଡିଶା ବ୍ୟୁରୋଚିଫ ।

ଖୋର୍ଦ୍ଧା ଜିଲ୍ଲା ର ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତ ଅଧୀନିସ୍ଥ ଭାପୁର ହରିଜନ ସାହି ଗ୍ରାମବାସୀ ଙ୍କ ମସାଣି ରେ ଶବ ଦାହା ଗୃହ ନିର୍ମାଣ ପାଇଁ ସରକାଙ୍କତରଫରୁ ଟଙ୍କା ଆସିଥିଲା କିନ୍ତୁ ତିନିବର୍ଷ ବିତିଗଲାଣି ହେଲେ ମସାଣୀ ଗୃହନିର୍ମାଣ ହୋଇ ପାରୁନି ।

ଗ୍ରାମ ବାସୀ ବାରମ୍ବାର ବାଣପୁର ତସିଲ କୁ ଦଉଡୁଛନ୍ତି କିନ୍ତୁ କିଛି ସୁଫଳ ମିଳୁନି । ତିନିବର୍ଷ ତଳେ ହରିଜନ ସାହିଲୋକ ମାନେ ମଶାଣୀ ଶବ ଦାହା ଗୃହ ନିର୍ମାଣ ପାଇଁ ପୋତା ଖୁଳୁଥିଲେ ସେହି ସମୟ ରେ ଭାପୁର ସବର୍ଣ ସାହିର କିଛି ଲୋକ ଆସି କହିଥିଲେ ଏଠି ତୁମେମାନେ ମଶାଣୀରେ ସବଦାହା ଗୃହ ନିର୍ମାଣ କରିପାରିବ ନାହିଁ ତମମାନଙ୍କ ର ଏହି ଜାଗାନୁହେଁ ତମମାନଙ୍କର ବୃଦ୍ଧାବନପୁର ମୁଉଜା ହରୀଜନ ଗ୍ରାମ ବାସୀ ସେଠାରୁ ଚାଲିଆସିଥିଲେ ।

ଏସମ୍ପର୍କରେ ବାଣପୁର ତସିଲ କୁଏକ ଅଭିଯୋଗ ପତ୍ର ଦେଇଥିଲେ ଯେ ଆମ୍ଭ ହରୀଜନ ସାହିର ମଶାଣୀ ଗୃହ ନିର୍ମାଣ ପାଇଁ ଜାଗା ଚିନଅଟ କରାଯାଉବୋଲି l କିନ୍ତୁ ତିନିବର୍ଷ ହେଲାଣି ଗ୍ରାମବାସୀ ବରମ୍ବାର ତସିଲ କାର୍ଯ୍ୟଳୟ ଯାଇ ଦରଖାସ୍ତ ଦେଇ ଆସୁଥିଲେ ମଧ୍ୟ କୋଣସି ସୁଫଳମିଳୁନଥିବା ଜଣାପଡିଛି l ଆମେ ଭେଟେଶ୍ଵର ସରପଞ୍ଚ ଙ୍କୁ ଫୋନ ମଧ୍ୟମରେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ରିସିଭ କରିନଥିଲେ l ଭାପୁର ହରିଜନସାହି ଗ୍ରାମ ବାସୀ କେଉଁ ଆଭାହକାଳରୁ ସେହି ମସାଣିରେ ଶବ ଦାହାକରିଆସୁଛନ୍ତି କିନ୍ତୁ ଆଜି ଯେତେ ବେଳେ ମସାଣିଗୃହ ନିର୍ମାଣ ପାଇଁ ସରକାର ଅନୁଦାନ ଆସିଛି କାହିଁ କି ହୋଇ ପାରୁନି ଗୃହ ଟିଏ l ଏଥି ପ୍ରତି ପ୍ରଶାସନ କେବେ ଦୁଷ୍ଟି ଦେଇ ଭାପୁର ହରିଜନ ସାହି ଲୋକ ମାନଙ୍କ ପାଇଁ ଜାଗା ଚି଼ହ୍ନଟ କରିବେ ଦେଖିବା କୁବାକି ରହିଲା l


Share: