ଆସନ୍ତାକାଲି ବିଶ୍ଵନିୟନ୍ତାଙ୍କ ସ୍ନାନ ଯାତ୍ରା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଏହି ଯାତ୍ରା ହେଉଥିବାରୁ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ଆଜି ହୋଇଛି ପ୍ରସ୍ତୁତି ବୈଠକ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ଆସନ୍ତାକାଲି ସ୍ନାନ ବେଦୀରେ ପ୍ରତେକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ଦୁଇବର୍ଷ ପରେ ଭକ୍ତମାନେ ସ୍ନାନ ଯାତ୍ରା ଦେଖିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବାର ସୁଯୋଗ ପାଉଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପାଇଁ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ସମୀକ୍ଷା ବୈଠକ।

ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସ୍ବତନ୍ତ୍ର ଭାବେ ତିନିଜଣ କମାଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ୍ ଇନ୍ସପେକ୍ଟର, ଏକ ହଜାର କନଷ୍ଟେବଳ ସହ ୫୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଉର୍ଦ୍ଧ୍ବ ସିସିଟିଭି ସ୍ଥାପନ କରାଯାଇ ଏକ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ କାମ କରିବ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ ଜାକ୍ ବ୍ୟାରିକେଡ଼ ବ୍ୟବସ୍ଥା ଓ ପରମାଣିକ ଟିକେଟ ଧାରୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ପୋଲିସ ଅତିରିକ୍ତ ଡିଜି ଆର. କେ. ଶର୍ମା ସୂଚନା ଦେଇଛନ୍ତି।


Share: