ପ୍ରସିଦ୍ଧ ଅନନ୍ତ କୁଦ ଆଶ୍ରମର ବିଶ୍ଵଶାନ୍ତି ମହାଯଜ୍ଞ କଳସ ଶୋଭାଯାତ୍ରା

Share:

ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର /:କଟକ : କଟକ ସଦର ଦାମୋଦରପୁର ଅନନ୍ତକୂଦ ପୀଠର ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୋହିତ ପଣ୍ଡିତ ସୁଧୀର ରଞ୍ଜନ ନନ୍ଦଙ୍କ ତତ୍ତ୍ଵାବଧାନରେ ବିଦ୍ୱାନ ପଣ୍ଡିତଙ୍କ ଦ୍ବାରା ଯଜମାନ ଭାବେ ଜୟକୃଷ ବେହେରା ଓ ତାଙ୍କ ପତ୍ନୀ କାଞ୍ଚନ ବେହେରା ସଂକଳ୍ପ କରିଥିଲା ବେଳେ ପଣ୍ଡିତ ମଧୁସୂଦନ ଦାସ,ରତ୍ନାକର ମିଶ୍ର,ଜ୍ଞାନ ରଞ୍ଜନ ନନ୍ଦ,ଦୀପ୍ତି ରଞ୍ଜନ କର ଙ୍କ ଦ୍ବାରା ପୂଜା ଅର୍ଚ୍ଚନା କରାଯାଇଥିଲା । ପଞ୍ଚାୟତର ସମସ୍ତ ଶ୍ରଦ୍ଧାଳୁ ମହିଳା ମାନଙ୍କ ସହଯୋଗରେ କଳସ ଶୋଭାଯାତ୍ରା ହୋଇ ମହାନଦୀରୁ କଳସ ବୁଡାଯାଇ ପରେ ଦାମୋଦରପୁର ଗ୍ରାମର ଗୋପାଳ ସମ୍ପ୍ରଦାୟଙ୍କ ଦ୍ଵାରା ନଉଡି ଯାତ୍ରା ଏବଂ ଘଣ୍ଟଘଣ୍ଟା, ବିଭିନ୍ନ ବାଦ୍ୟରେ ଯଜ୍ଞ ମଣ୍ତପ ପାଖକୁ ଅଣାଯାଇଥିଲା । ମଠ କମିଟିର ସଭାପତି କୃଷ୍ଣ ଚନ୍ଦ୍ର ତ୍ରିପାଠୀ,ସମ୍ପାଦକ ରାଜେନ୍ଦ୍ର କୁମାର ମାନ୍ନା,କୋଷାଧ୍ୟକ୍ଷ ଶୁକଦେବ ମହାଳି, ସହ ସମ୍ପାଦକ ରବିନାରାୟଣ ଜେନା, ସେଣ୍ଟ ଜାଭିୟର୍ସ ସ୍କୁଲ କନ୍ଦରପୁର ର ପରିଚାଳନା ନିର୍ଦ୍ଦେଶକ ନରେଶ ଚନ୍ଦ୍ର ଜେନା ଓ,ଗୋବର୍ଦ୍ଧନ ବେହେରା, ବଂଶୀଧର ବେହେରା,ପର୍ଶୁରାମ ଜେନା, ପ୍ରକାଶ ଚନ୍ଦ୍ର ବେହେରା, ଅଲେଖ ବେହେରା,ପ୍ରମିଳା ରାଉତ, ଉର୍ମିଳା ରାଉତ, ଯୋଗମାୟା ଜେନା ପ୍ରମୂଖ ଅନ୍ୟ ମା ମାନେ ଯୋଗଦେଇଥିଲେ । ସେଠାରେ ୧୦୮ କଳସ ବୁଡାଯାଇଥିଲା


Share: