ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାକୁ କରୋନମୁକ୍ତ କରିବାପାଇଁ ମାସ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ ।

ଢେଙ୍କାନାଳ:ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳ ଟାଉନର ବିଭିନ୍ନ ଛକ ମାନଙ୍କରେ ମାସ୍କ ଯାଞ୍ଚ କରିବା ସହିତ କୋଭିଡ କଟକଣା ମାନି ମାସ୍କ ପରିଧାନ କରିବାପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମାସ୍କ ବଣ୍ଟନ ମଧ୍ୟ କରିଥିଲେ । ଏହି ମାସ୍କ ଯାଞ୍ଚ ପ୍ରକ୍ରିୟା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିଶୁରଞ୍ଜନ ମହାପାତ୍ର , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରଣୀ ଧଳ , ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ବେହେରା , ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଶ୍ରୀ ସୌଭାଗ୍ୟ କୁମାର ସ୍ବାଇଁ ଭାରପ୍ରାପ୍ତ ସଦର ଥାନା ଅଧିକାରୀ ଶ୍ରୀ ଅଭିନବ ଡାଳୁଆ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ଆପତି କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ର ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ |


Share: