ଦଣ୍ଡ ଯାତ୍ରାର ଉଜାପାନୀ ଦିବସ, ଉତ୍ସବ ମୁଖର ମାଙ୍କ ପୀଠ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଦଣ୍ଡ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ ବା ମେରୁ ଯାତ୍ରା l 21 ଦିନ ବ୍ୟାପି ମାନସିକ ଧାରୀ ମାନେ କରିଥିବା ବ୍ରତ କୁ ଆଜି ମେରୁ ଉକୁଜା ପରେ ଉଜାପାନ କରାଯିବ l ଏଥିଲାଗି ବିଭିନ୍ନ ଦଣ୍ଡକାଳୀ ଙ୍କ ପୀଠରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଜିଲ୍ଲା ର କବିସୂର୍ଯ୍ୟନଗର ସହର ରେ ଥିବା ସର୍ବପୁରାତନ ପରିଡା ପୁଞ୍ଜା, ମଝିପଞ୍ଜା ଓ ଧୋବାପୁଞ୍ଜା ରେ ଆଜି ସକାଳୁ ମାଙ୍କ ସମସ୍ତ ନୀତିକାନ୍ତି ପରେ ଆଜି ମଧ୍ୟାହ୍ନ 1.35 ମିନଟ ସମୟରେ ଦଣ୍ଡ ଉକୁଜା ସମୟ ସ୍ଥିର କରାଯାଇଛି l

ଦଣ୍ଡ ଉକୁଜା ସରିବା ପରେ ମାନସିକ ଧାରୀମାନେ ଜଳପାନ କରିବାର କାର୍ଯ୍ୟକ୍ରମ ରହିଛି l ଏଥିଲାଗି ମାଙ୍କ ପୀଠରେ ଭକ୍ତ ଙ୍କ ସମାଗମ ଲାଗିରହିଛି l ଭିଡକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ସହର ର ବହୁ ସ୍ଥାନରେ ପଣା ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି l


Share: