ଚୋରୀ ଅଭିଯୋଗରେ ୨ ଗିରଫ, ବିଭିନ୍ନ ଥାନାରେ ରହିଛି ୫ ରୁ ଉର୍ଦ୍ଧ୍ବ ମାମଲା

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ।

ଗଂଜାମ ଜିଲ୍ଲା କୋଦଳା ପୋଲିସକୁ ମିଳିଲା ସଫଳତା। ସିରିଜ୍ ଚୋରୀ ତଥା ବାରମ୍ବାର ଚୋରୀ କରି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ୨ ଦୁର୍ଦାନ୍ତ ଚୋରକୁ ଧରିଛି କୋଦଳା ଥାନା ପୋଲିସ।ମଂଗଳବାର ଏନେଇ ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି। ଚୋରୀ କରିଥିବା ୨ ଅଭିଯୁକ୍ତ ହେଲେ ବିଦେଶୀ କାକୁଳ/ପାତ୍ର ଓ ରାଜେନ୍ଦ୍ର ଦାସ /ପରିଡ଼ା। ବିଦେଶୀ ନାମରେ କଟକ ନରସିଂହପୁର ଥାନାରେ ୧୨ ଚୋରୀ ମାମଲା ରହିଥିବା ବେଳେ ସେ ନରସିଂହପୁର ଥାନା ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିଲା। ଉଭୟ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ୫ ରୁ ଉର୍ଦ୍ଧ୍ବ ମାମଲା ରହିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ କୋଦଳା ଥାନା ଅନ୍ତର୍ଗତ ଚିଙ୍ଗୁଡିଖୋଲ ଓ ମାଗୁରାଣି ଚାଞ୍ଚରା ଅଞ୍ଚଳରୁ ଗିରଫ କରାଯାଇଛି। ବିଦେଶୀ ଚିଙ୍ଗୁଡିଖୋଲ ରୁ ଏବଂ ରାଜେନ୍ଦ୍ର ମାଗୁରାଣି ଚାଞ୍ଚରା ରୁ ଗିରଫ ହୋଇଛି। କୋଦଳା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ନମିତା ପୋଲେଇ ଓ ମଲ୍ଲି ନାହାକ କଂ ଘରୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ।  ସେହିପରି ପି ନୂଆଁ ଗାଁ ର ଟୁନା ଯେନା ମଧ୍ୟ ତାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।  ଭାଲିଆଝର ରୁ ମଧ୍ୟ ନାରାୟଣ ପରିଡ଼ା କଂ ଘରୁ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ରହିଥିଲା। ଏ ସମସ୍ତ ଅଭିଯୋଗକାରୀ କୋଦଳା ଥାନା ଅନ୍ତର୍ଗତ ଏବଂ ଧରା ପଡିଥିବା ୨ ଅଭିଯୁକ୍ତ ଏହି ଚୋରୀ କାଣ୍ଡରେ ଥିବା ପୋଲିସ ଆଗରେ ମାନିଛନ୍ତି। ଏମାନଙ୍କ ଠାରୁ ବିଭିନ୍ନ ସୁନା ଓ ରୂପା ଅଳଙ୍କାର (୬୦ ଗ୍ରାମ) ସହ ନଗଦ ୩ ହଜାର ଟଙ୍କା, ଚୋରୀ ବେଳେ ବ୍ଯବହୃତ ଲୁହା ସାମଗ୍ରୀ ଜବତ କରିଛି ପୋଲିସ। ଏନେଇ କେଶ୍ ନମ୍ବର ୪୩୭/୨୦୨୧ ପ୍ରକାରେ ଦଫା ନମବା୪୫୭/୩୮୦ ଆଇପିସି ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଚୋରି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି।


Share: