ଅଜଣା ଗାଡି ଧକାରେ ଯୁବକ ମୃତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ।

ଗଞ୍ଜାମ : ଅଜଣା ଗାଡି ଧକାରେ ଯୁବକ ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା ଭେଟନଇ ଗାଁ ନିକଟରେ ଆଜି ଭୋର ସକାଳୁ ଗାଡି ଧକାରେ ଗ୍ରାମର ନିରଞ୍ଜନ ନାହାକ ଙ୍କ ପୁଅ ଗୋପାଳ ନାହାକ ଙ୍କ ମୃତ୍ୟୁ ହୋଇଛି ।

ଗୋପାଳ ଆଜି ସକାଳୁ କୌଣସି କାମ ବଶତଃ ବାଇକ ଯୋଗେ ଆସିକା ଅଭିମୁଖେ ଯିବା ବେଳେ ଗ୍ରାମର ଶେଷରେ ଅଜଣା ଗାଡି ଧକାଦେଇ ଚମ୍ପଟ ମାରିଥିଲା । ଗୋପାଳ ରାସ୍ତା ଉପରେ ଆଚେତ ଅବସ୍ଥାରେ ପଡିରହିଥିବା ଗ୍ରାମବାସୀ ଦେଖୁବାକୁ ପାଇ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।


Share: