ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା

Share:

ଗଞ୍ଜାମ : 29/8/2021ପାଣି ସମସ୍ୟା କୁ ନେଇ ତାତିଲେ ଗ୍ରାମବାସୀ । ହାଣ୍ଡି ମାଠିଆ ରଖି 59 ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜି ଢ଼ଉଗାଁ ଗ୍ରାମରେ ବହୁଦିନ ରୁ ଲାଗିରହିଥିବା ପାଣି ସମସ୍ୟାର ସମାଧାନ ନହେବାରୁ ଶେଷରେ ଗ୍ରାମର ମହିଳା ମାନେ ଢ଼ଉଗାଁ ଛକ ଠାରେ ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେସରେ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ରାସ୍ତା ଅବରୋଧ କହିଛନ୍ତି । ଯାହାରୀ ଫଳରେ ଆସିକା ଠାରୁ ସୋରଡ଼ା, ଦିଗପହଣ୍ଡି, ଶେରଗଡ଼ କୁ ଯାତାୟତ ସମ୍ପୂର୍ଣ ରୁପେ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥବା ଦେଖିବାକୁ ମିଳିଛି । ଅନ୍ୟପଟେ ଧରାକୋଟ ତହସିଲଦାର ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମବାସୀ ଙ୍କୁ ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: