ତିନିମାସର ଦରମା ପ୍ରଦାନ ଓ ନୂତନ ବିଇଓ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲା ଶିକ୍ଷକ ସଙ୍ଘ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ନାରେ ଧାରଣାରେ ବସିଲା ମିଳିତ ଶିକ୍ଷକ ସଙ୍ଘ l ଦୀର୍ଘ ତିନିମାସ ଧରି ବ୍ଲକର 543 ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି l ବ୍ଲକ ରେ ବିଇଓ ପଦବୀ ତିନି ମାସ ଧରି ଖାଲି ପଡିରହିଥିବା କାରଣରୁ ଶିକ୍ଷକ ଙ୍କ ଦରମା ହୋଇପାରୁନି କି ଶିକ୍ଷକ ମାନଙ୍କ କୌଣସି ସମସ୍ୟା ସମାଧାନ ହୋଇପାରୁନଥିବା ଶିକ୍ଷକ ସଙ୍ଘ ଅଭିଯୋଗ କରିଥିବା ବେଳେ ଏହି ସମସ୍ୟା ନେଇ ଦଶଦିନ ପୂର୍ବରୁ ଶିକ୍ଷକ ସଙ୍ଘ ପକ୍ଷରୁ ସ୍ଥାନୀୟ ଦାୟିତ୍ୱ ରେ ଥିବା ବିଇଓ,ବ୍ଲକ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯଇଥିଲା l ଏବଂ ସମସ୍ୟା ସମାଧାନ ନିମନ୍ତେ 7 ଦିନର ମହଲତ ପ୍ରଶାସନିକ ଅଧିକାରୀ ଙ୍କ ପକ୍ଷରୁ ଦିଆଯାଇଥିଲା l ତାହାରି ସମୟ ସୀମା ଆଜି ସରୁଥିବା ବେଳେ ଏଯାବତ ନୂତନ ବିଇଓ ଙ୍କୁ ନିଯୁକ୍ତି କରାଯାଇନାହିଁ କି ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ କରାଯାଇନାହିଁ l ଯାହାରୀ ଫଳରେ ଆଜି ଶିକ୍ଷକ ସଙ୍ଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଆଗକୁ ଶିକ୍ଷକ ଙ୍କ ସମସ୍ୟାର ସମାଧାନ ସହିତ ନୂତନ ବିଇଓ ଙ୍କୁ ନିଯୁକ୍ତି ନକରାଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାର ଚେତାବନୀ ଦେଇଛି ମିଳିତ ଶିକ୍ଷକ ସଙ୍ଘ l


Share: