ଦୁଇଟି ହାତୀ ଦାନ୍ତ ସହ ଦୁଇଜଣ ଗିରଫ କରିଛି ପଦ୍ମପୁର ବନବିଭାଗ।

Share:

ଅମୁଲ୍ୟ ନିଶଙ୍କରିପୋର୍ଟ

ରାୟଗଡା :ପଦ୍ମପୁର ଥାନା ଅନ୍ତର୍ଗତ ହସ୍ତିନା ପୁର ଗାଁ ନିକଟ କାଜୁ ଜଙ୍ଗଲ ରେ ଦୁଇଟି ହାତୀ ଦାନ୍ତ ସହ ଦୁଇ ଜଣ ତସ୍କର କୁ ଗିରଫ କରିଛି ପଦ୍ମପୁର ବନବିଭାଗ।ଜବତ ଦାନ୍ତ ଗୁଡିକର ଓଜନ ଯଥାକ୍ରମେ 3.070 ଓ 3.310କେଜି ବୋଲି ସୁଚନା ଦେଇଛନ୍ତି ବନବିଭାଗ ଡେପୁଟି ରେଞ୍ଜ ଅଫିସର ଶ୍ରୀ ଗଙ୍ଗାଧର ମିଶ୍ର,ଦାନ୍ତ ସହ ଗୋଟିଏ ସିମକାର୍ଢ ବିହିନ ଓପୋ ମୋବାଇଲ ଫୋନ ମଧ୍ୟ ଜବତ କରିଛି।ଗିରଫ ଦୁଇଜଣ ଜାକବ ମାଝି ବୟସ 35 ଓ ପଦ୍ମନ କାଢ୍ରାକା ଵୟଷ 55 ବର୍ଷ ଏବଂ ଜାକବ ମାଝି ପଦ୍ମପୁର ଥାନା ଅନ୍ତର୍ଗତ କିନ୍ଦ୍ରାଗୁଡା ଓ ପଦ୍ମନ କାଡ୍ରାକା ଗୁଡାରି ଥାନା ଅନ୍ତର୍ଗତ ଡେରିଙ୍ଗା ଗ୍ରମର ବୋଲି ଜଣାପଡିଛି। ବନବିଭାଗ ଅଧିକାରୀ ଶ୍ରୀ ମିଶ୍ର ମିସନ ହାତୀଦାନ୍ତ ପାଇଁ ଗୋଟିଏ ଦଳ ଗଠନ କରିଥିଲେ ଏଥିରେ ରାମନାଗୁଡା ଫରେଷ୍ଟର ନରେନ୍ଦ୍ର କୁମାର ଗୋମାଙ୍ଗ,ନାଇରା ଫରେଷ୍ଟର ଚନ୍ଦ୍ରଶେଖର ସାହୁ,ଗୁଢାରି ବ୍ଲକ ର ଦୁଇଜଣ ସିମାଞ୍ଚଳ ପଟ୍ଟନାୟକ ଓ ପ୍ରଭାତ କୁମାର ବେହେରା,କେନ୍ଦୁଗୁଡା ଫରେଷ୍ଟ ଗାର୍ଡ କମଦେବ ଶବର,ଗୁଡରି ବ୍ଲକ ପାରା ଫରେଷ୍ଟ ଷ୍ଟାଫ, ତପସ୍ଵିନୀ କର ,ବିପ୍ର ଜାଗାରାଙ୍ଗା, IPCAସ୍କ୍ବାର୍ଡ ଗୁଡାରି ଓ ଗୁଡ଼ାରୀ ବନବିଭାଗ କର୍ମଚାରୀ ଙ୍କୁ ନେଇ ଗୋଟିଏ ଦଳ ଗଠନ କରିଥିଲେ। ଯୋଜନା ମୁତାବକ ସବୁ କର୍ମଚାରୀ ନିଜ ନିଜ ଦାଇତ୍ୱ କୁ ସଫଳତା ର ରୁପ ଦେଇଥିଲେ ଓ ସଫଳତାର ସହ ହାତିଦାନ୍ତ ସହ ଦୁଇଜଣ କୁ ଗିରଫ କରିଥିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପଦ୍ମପୁର ବନବିଭାଗ।


Share: