ଦାବିପୁରଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ର ଚେତାବନୀ ଦେଲା ପାଚିକା ଓ ସହାୟିକା ସଙ୍ଘ

Share:

ଭଗବାନ ପାଢ଼ୀ

: ଗଞ୍ଜାମ,:କବିସୂର୍ଯ୍ୟନଗର ବ୍ଲକ ନିଖିଳ ଓଡିଶା ଏମ ଡି ଏମ ପାଚିକା ଓ ସହାୟିକା ସଙ୍ଘ ଆଜି 12 ଦଫା ଦାବି ନେଇ କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହିତ ଦାବିପତ୍ର ଦେଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏମ ଡି ଏମ ରୋଷେଇ କରୁଥିବା ଶହେ ରୁ ଉର୍ଦ୍ଧ ପାଚିକା ଓ ସହାୟିକା ଆଜି ସ୍ଥାନୀୟ ବାଳିକା ଉଚ୍ଚବିଦ୍ୟାଳୟ ଠାରୁ ପଦଯାତ୍ରା ରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାୟିତ୍ୱରେ ଥିବା ଏବିଇଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ପାଚିକା ଓ ସହାୟିକା ସଙ୍ଘ ପୂର୍ବରୁ ବହୁଦାବି ସରକାର ଙ୍କୁ ଜଣାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ବେଳେ ବର୍ତମାନ ଦିଆଯାଇଥିବା ଦାବି ଗୁଡିକ ସରକାର ଆଗାମୀଦିନରେ ସମାଧାନ ନ କରନ୍ତି ତେବେ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ର ଚେତାବନୀ ଦେଇଛନ୍ତି ସଙ୍ଘ ର କର୍ମକର୍ତ୍ତା


Share: