ବ୍ୟାଙ୍କ କର୍ମଚାରୀ ଙ୍କ ମହାନତା ରଖିଲେ ରୋଗୀର ଜୀବନ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ।

ସୁବଅର୍ଣ୍ଣ ପୁର :ଗତ କିଛିଦିନ ଆଗରୁ ଖାରୀ ର କୁଟଶିରା ବାସ କରୁଥିବା ଲମୋଦର ବାରିକ ଙ୍କୁ 4 ଟି B + ରକ୍ତ ଆବଶ୍ୟକ ହେବାରୁ ତାଙ୍କ ପୁଅ ଙ୍କ ବନ୍ଧୁ ତାଙ୍କ ଗ୍ରାମର ନିହାର ରଂଜନ ମଲିକ ଙ୍କ ସମେତ ଜଣେ SBI ବ୍ୟାଙ୍କ୍ ମହିଳା କର୍ମଚାରୀ ପଦ୍ମିନୀ ମହାନନ୍ଦ ରକ୍ତ ଦାନ କରି ଜୀବନ ରକ୍ଷା କରିଛନ୍ତି , ରୋଗୀର ରକ୍ତ ବହୁତ୍ କମ୍ ଥିବା ଜାଣି ଆଗରୁ ହସ୍ପିଟାଲ ଠାରେ ଭର୍ତି କରାଯାଇ ଥିବା ବେଳେ ପେଟ ସର୍ଜରୀ ସକାଶେ ରକ୍ତ ଆବଶ୍ୟକ ହେଉଚି ଓ ତାଙ୍କ ର ଚିକିତ୍ସା ସକାଶେ 4ୟୁନିଟ ରକ୍ତ ଆବଶ୍ୟକ ଥିବାରୁ ସେ କୌଣସି ମତେ ସେହି ସ୍ଥାନ ରୁ ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା ଙ୍କ ସହ ଫୋନ୍ ରେ ଯୋଗାଯୋଗ କରି ଯୁବ ସମାଜସେବୀ ଶୁଭମ୍ ମହାପାତ୍ର ଙ୍କ ସହାୟତା ରେ ଗୋଟିଏ ଦିନ ରେ ରକ୍ତ ଯୋଗାଡ କରିଥିବା ଜଣା ପଡ଼ିଛି , ସମସ୍ତ ରକ୍ତ ଦାତା ହସ୍ପିଟାଲରେ ରକ୍ତ ଦାନ କରିଛନ୍ତି ଓ ସେହି ରକ୍ତଦାନ ପରେ ତାଙ୍କ ଚିକିତ୍ସା ଆରମ୍ଭ କରିଥିବା ର ଜଣା ପଡ଼ିଛି । ଆଜିର ସ୍ୱାର୍ଥପର ଦୁନିଆଁରେ ଯେତେ ବେଳେ ନିଜର ସଂପର୍କ ଲୋକେ ସହାୟତା କରୁ ନାହାନ୍ତି ସେହି ସମୟ ରେ ଏ ରକ୍ତ ଦାତା ମାନେ ରୋଗୀର ଜୀବନ ରକ୍ଷା କରିବା ସକାଶେ ଆଗେଇ ଆସିଥିବା ବହୁତ୍ ଖୁସି ର କଥା ବୋଲି ଓଡ଼ିଶା ରକ୍ତ ଦାତା ମହାସଙ୍ଘର ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ।


Share: