ଶ୍ରୀ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଅମୁଲ୍ୟ ନିଶଙ୍କ ରିପୋର୍ଟ
ରାୟଗଡା :ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାଶପୁର ଗାଁ ନିକଟରେ ବିରାଜମାନ ଶ୍ରୀ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବରେ ଆଜି ରୀତିନୀତି ଅନୁଯାୟୀ ଗାଁ ନିକଟରେ ଥିବା ନାଳରୁ ୧୦୮ ଟି କଳସରେ ଗଙ୍ଗା ଜଳ ଅଣାଯାଇ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ କଳସ ଶୋଭାଯାତ୍ରା କରାଯାଇଥିଲା।
ଆସନ୍ତା କାଲି ଠାରୁ ସମସ୍ତ ରିତିକାନ୍ତି ଅନୁଷ୍ଠିତ ହେବା ସହ ଦୀକ୍ଷା ଗ୍ରହଣ, ଅଙ୍କୁରା ରୋପଣ, ଅଧିବାସ ଓ ଶାଳା ସଂସ୍କାର କାର୍ଯ୍ୟକ୍ରମ ରହିଥିବା ବେଳେ ଦ୍ଵିତୀୟ ଦିନ ସୂର୍ଯ୍ୟପୂଜା, କାରୁଶାଳା କର୍ମ, ସ୍ନାନ, ହୋମ ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ସେହିପରି ତୃତୀୟ ଦିନରେ ଶାଳାଧିଷ୍ଠ ମଣ୍ଡଳାଦି ଦେବତା ପୂଜା, ରତ୍ନମୁଦ, ହୋମ, ପାର୍ଶ୍ୱ ଦେବତା ସ୍ଥାପନ, ପୂର୍ଣାହୁତି, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜୟ ବଜରଙ୍ଗ ବାଲି ପୂଜା କମିଟି ତରଫରୁ କୁହାଯାଇଛି। ଏହି ହନୁମାନ ମୂର୍ତ୍ତି କେବେଠୁ ଏଠାରେ ସ୍ଥାପିତ ହେଲା ତାହା ସ୍ପଷ୍ଟ ଭାବେ ଜଣାପଡି ନଥିବା ବେଳେ ପାଖାପାଖି ୭ମ ଶତାବ୍ଦୀରୁ ରାଜା ରାଜୁଡା ଅମଳରୁ ଏଠାରେ କେବଳ ହନୁମାନଙ୍କ ପଥର ମୂର୍ତ୍ତି ଥିଲା ପରେ ସ୍ୱପ୍ନାଦେଶ ହେବାରୁ ଶ୍ରୀ ମହାବୀର ହନୁମାନ ଏଠାରେ ପୂଜା ପାଇ ଆସିବା ସହ ବହୁ ବାଧାବିଘ୍ନ ସମୟରେ ଗ୍ରାମକୁ ସାହା ହୋଇଛନ୍ତି ଏବଂ ବହୁ ମାନସିକ ଧାରୀଙ୍କ ମାନସିକ ମଧ୍ୟ ପୂରଣ ହୋଇଥିବା ଗ୍ରାମର ତ୍ରିନାଥ ପରିଚ୍ଛା କହିଥିଲେ।ଶ୍ରୀ ପୁଣି କହିଛନ୍ତି ଯେ ଭଗବାନ ହନୁମାନ ଙ୍କ 7 ଇଞ୍ଚରୁ ପୂଜା ଅର୍ଚନା ଆରମ୍ବ ହୋଇଥିଲା ବର୍ତମାନ ତାହା ବଡି ବଡି ପ୍ରାୟ 6ଫୁଟ ଉଁଛ ର ହୋଇଛନ୍ତି ବୋଲି ଉକ୍ତ ମନ୍ଦିର ପ୍ରତିଷ୍ଠାର ସମସ୍ତ ପୂଜାବିଧି ସହ ସମସ୍ତ କାର୍ଯ୍ୟକ୍ରମ ପୂଜକ ଅନନ୍ତ ଚରଣ ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ଜଣାପଡିଛି। ମନ୍ଦିର ପ୍ରତିଷ୍ଠା ଅବସରରେ ୨୪ ପ୍ରହର ନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ କୈଳାଶପୁର ଗ୍ରାମକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଉକ୍ତ ପ୍ରତିଷ୍ଠା ଉତ୍ସବକୁ ରୁଦ୍ର ପାଣିଗ୍ରାହୀ, ତ୍ରିନାଥ ପରିଚ୍ଛା, ପ୍ରଶ୍ନ ପୃଷ୍ଟି, ଅଶୋକ କୁମାର ନାୟକ, ପ୍ରତାପ ନାୟକ, ଫାଲଗୁନି ପାତ୍ର, ସୋମନାଥ ନାୟକ ଓ ରାଜି କଣ୍ଡାଗରି ପ୍ରମୁଖ ପରିଚାଳନା କରିଥିବା ବେଳେ ଜୟ ବଜରଙ୍ଗ ବାଲି ପୂଜା କମିଟିର ସମସ୍ତ ସଦସ୍ୟଓ ଆଜି ମହିଳା ଜ଼ିଲ୍ଲା ବିଜେଡି ସଭାନେତ୍ରୀ ଅନୁସୂୟା ମାଝୀ ଓ ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ ମନ୍ଦିରରେ ପହଂଚି ପୂଜା ଅର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ପୁରାତନ ମନ୍ଦିର କୁ ନୂତନ ଭାବେ ରାୟଗଡା ର ଠିକାଦାର ଗୋଡି ତୋଳିଛନ୍ତି ଓ ମନ୍ଦିର ର ଉନ୍ନତି ପାଇଁ ନିଜ କୁ ନିୟୋଜିତ କରିଛନ୍ତି