ପତିତପାବନବାଣୀମନ୍ଦିର ର ବନ୍ଧୁ ମିଳନ
ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ
ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପତିତପାବନବାଣୀମନ୍ଦିର 1988 ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଅପରାହ୍ନ ସମୟରେ ପତିତପାବନ ବାଣୀମନ୍ଦିର ଗମ୍ଭାରୀମୁଣ୍ଡା ଉଚବିଦ୍ୟାଳୟ ପରିସରଭୁକ୍ତ ବିଦ୍ୟାଳୟର 1988 ମାଟ୍ରିକବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଉଚ୍ଚବରେ ସ୍ଥାନୀୟ ତଥା ବହୁ ଦୁରାନ୍ତର ପ୍ରତିଷ୍ଠିତ ପ୍ରାୟ50 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କର ସମାବେଶ ହୋଇଥିଲା ସମସ୍ତେ ଦିର୍ଘ୍ୟ 34 ବର୍ଷ ତଳକୁ ଫେରିଯାଇ ନିଜ ନିଜ ମଧ୍ୟରେ ଭାବ ବିନିମୟ ସହ ପୁରୁଣା ସ୍ମୃତିର ରୋମମନ୍ତନ କରିଥିଲେ ଉକ୍ତ ଆସରରେ ସର୍ବ ବୟୋଜେଷ୍ଟା ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ କାଶୀନାଥ ଲେଙ୍କା ସଭାପତିତ୍ୱ କରିଥିଲେ ମଂଚାସୀନ ଅତିଥି ତଥା ପ୍ରାକ୍ତନ ଶିକ୍ଷକ ମାନଙ୍କ ମଧ୍ୟରେ ଥିଲେ ଶ୍ରୀଯୁକ୍ତ ବ୍ରଜକିଶୋର ସାହୁ ହରେକୃଷ୍ଣ ମହାନ୍ତି. ଲଷ୍ମୀଧର ସାମନ୍ତସିଂହାର ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ ବିଶିଷ୍ଟ ଚିକିତ୍ସକ ଡ଼ା. ସୁରେନ୍ଦ୍ର ନାଥ ଦାସ ମୁଖ୍ୟବକ୍ତା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ମହାରଣା ଓ ସାନମାନିତ ଅତିଥିଭାବେଯୋଗଦେଇଥିଲେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ହୋତା ବିଦ୍ୟାଳୟ ପ୍ରତି ଆନୁଗତ୍ୟ ରଖିବାସହ ବିଦ୍ୟାଳୟର ସୁଖ ଦୁଃଖରେ ସହ ଭାଗୀହୋଇ ଏହାର ଉର୍ନତି ପାଇଁ ସମସ୍ତ ଛାତ୍ର ଛାତ୍ରୀ ମତ ପ୍ପ୍ରୀତିରଞ୍ଜନ କରିଥିଲେ ଶ୍ରୀ ନିମାଇଁ ଚରଣ ଛାଟୋଇ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିବାସହ ଶ୍ରୀଯୁକ୍ତ ବିନୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଜଗତ ମୋହିନୀ ମହାପାତ୍ର. ନିବେଦିତା ପ୍ରଧାନ. ପ୍ରଦୀପ୍ତ କୁମାର ମହାରଣା. ପ୍ରୀତିରଞ୍ଜନ ସ୍ୱାଇଁ. ଶରତ ଛାଟୋଇ. ପ୍ରଦୀପ ପାତ୍ର ପ୍ରଭୁତି ଛାତ୍ର ଛାତ୍ରୀ ଙ୍କ ସହଯୋଗରେ ବନ୍ଧୁ ମିଳନ ଉତ୍ସବଟି ଅତି ଉଚକୋଟିର ଓ ଭାବ ଗର୍ଭିକ ହୋଇଥିଲା