ମାହେଶ୍ବରୀ ସେବା ସଂଗଠନର ପଞ୍ଚମ ବାର୍ଷିକ ଉତ୍ସଵ ଆୟୋଜିତ

Share:

ସ୍ୟାମସୁନ୍ଦର ପାଣ୍ଡ ଙ୍କ ରିପୋର୍ଟ ।

ସୁବଅର୍ଣ୍ଣପୁର :ବଲାଙ୍ଗୀର ଆଇନ ମହାବିଦ୍ୟାଳୟ ଠାରେ ସ୍ଥାନୀୟ ମାହେଶ୍ବରୀ ସେବା ସଂଗଠନର ପଞ୍ଚମ ବାର୍ଷିକ ଉତ୍ସଵରେ ଆୟୋଜକ ଓ ଅତିଥି ମାନଙ୍କ ଦ୍ୱାରା ପ୍ରଶଂସିତ ହେଲେ ସୋନପୁର -ମନମୁଣ୍ଡାର ସ୍ୱଚ୍ଛ ଭାରତ ସ୍ବେଛାସେବୀ ସଂଗଠନ । ସମାନ ବିଚାର, ସମାନ ଭାବନା ନେଇ ଦୀନ ଦାରିଦ୍ର ଲୋକଙ୍କ ଅସମୟରେ ନିସ୍ଵାର୍ଥପର ଭାବେ ସେବା ଯୋଗାଇ ଅସୁଥୁବା ଉଭୟ ସହରର ଉଭୟ ଅନୁଷ୍ଠାନର ପ୍ରତି ଟି ସୁଖ ଦୁଃଖ ଓ ଉତ୍ସଵ ମାନଙ୍କରେ ଦୀର୍ଘ ବର୍ଷରୁ ସହଯୋଗର ହାତ ବଢ଼ାଇ ଆସୁଥିବା ଦେଖିବାକୁ ମିଳିଛି । ମାହେଶ୍ୱରୀ ସଂଗଠନର ପ୍ରତିଷ୍ଠାତା ତଥା ସ୍ୱଚ୍ଛ ଭାରତର ଉପଦେଷ୍ଟା ସ୍ବର୍ଗୀୟ ଲଳିତ କୁମାର ନାୟକଙ୍କ ଅବର୍ତ୍ତମାନରେ ମଧ୍ୟ ଉଭୟେ ଉଭୟଙ୍କୁ ଦୁରେଇ ଯାଇନି ବରଂ ସୁଖ ଦୁଃଖର ସମ୍ପର୍କର ସେତୁକୁ ଆହୁରି ସୁଦୃଢ କରିଛନ୍ତି ଯାହାକି ଏହାର ବିଶେଷତ୍ୱ ଅଟେ । ଉଭୟ ଜ଼ିଲ୍ଲାର ସ୍ୱଛତା, ରକ୍ତଦାନ, ପରିବେଶ ସୁରକ୍ଷା ଓ ଅସହାୟକୁ

ଉଭୟ ଜ଼ିଲ୍ଲା ର ସମ୍ପର୍କ ର ସେତୁ କୁ ସୁଦୃଢ କରିଛି ବଲାଙ୍ଗୀର ମାହେଶ୍ୱରୀ ସାମାଜିକ ସଂଗଠନ
ସହାୟତା ଭଳି ଏଇ ଅନବରତ ସେବା ହିଁ ଜନନାୟକ ସ୍ବର୍ଗୀୟ ଲଳିତ ନାୟକଙ୍କ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧା ଓ ସମ୍ମାନ ହେବ ବୋଲି ମାହେଶ୍ୱରୀ ଅନୁଷ୍ଠାନର ସଂଯୋଜକ ଅଙ୍କୁଶ ପାଣ୍ଡିଆ ଓ ସ୍ୱଚ୍ଛ ଭାରତ ର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ମତ ରଖିଛନ୍ତି । ସମାଜ ପ୍ରତି ଯଦି ଆମର କିଛି ବି ସେବା କିମ୍ବା ଅବଦାନ ନାହିଁ ତାହେଲେ ଆମେ ବି ସମାଜ ଠାରୁ କିଛି ପାଇବା ଆଶା କରିବା ଅନୁଚିତ ବୋଲି

ଉଭୟ ଜ଼ିଲ୍ଲା ର ସମ୍ପର୍କ ର ସେତୁ କୁ ସୁଦୃଢ କରିଛି ବଲାଙ୍ଗୀର ମାହେଶ୍ୱରୀ ସାମାଜିକ ସଂଗଠନ
କହିଥିଲେ । ଉତ୍ସଵ ର ଅତିଥି ପ୍ରାକ୍ତନ ଏମପି କଳିକେଶ ସିଂଦେଓ, ବିକାଶ ଗ୍ରୁପ ଅଫ ଇନ୍ଷ୍ଟି ଚ୍ୟୁଟ ର ଏମ ଡି ଡି-ମୁରଲିକୃଷ୍ଣ। କଂଗ୍ରେସ ଯୁବ ନେତା ସମରେନ୍ଦ୍ର ମିଶ୍ର ଗତ କାଲି ମାହେଶ୍ୱରୀ ବଲାଙ୍ଗୀର ଓ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ର ଏଇ ମହନୀୟତା କାର୍ଯ୍ୟ ସବୁକୁ ପ୍ରଶଂସା କରି ବିଭିନ୍ନ ଜ଼ିଲ୍ଲା ର ସ୍ବେଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏହାକୁ ଆହୁରି ବ୍ୟାପକ କରିବାକୁ ପ୍ରେରଣା ଦେଇଛନ୍ତି ।


Share: