ମୁଖ୍ୟମନ୍ତ୍ରୀ ଙ୍କ ସଚିବଙ୍କ ଝଙ୍କଡ଼ ଗସ୍ତ

Share:

ମା ସାରଳା ଙ୍କ ପୀଠ ର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T ) ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷ ରେ ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ ମା ସାରଳା ଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ .

ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ . ମା ସାରଳା ଙ୍କ ଆଶୀର୍ବାଦରୁ ଏହି ପୀଠରୁ ଆଦିକବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ . ପ୍ରତିଦିନ ଏହି ପୀଠ କୁ ମା ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି. ତେଣୁ ଭକ୍ତ ମାନଙ୍କ ସୁବିଧା ପାଇଁ ପୀଠ ର ବିକାଶ ଜରୁରୀ ହୋଇ ପଡିଛି .

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠ ର ବିକାଶ ସମ୍ପର୍କ ରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ .
ପୀଠ ର ଆବଶ୍ୟକତା କୁ ଭିତ୍ତି କରି ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇ ଥିଲେ.
ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପରେ 5Tmodel ରେ ଏହା କାର୍ଯ୍ୟକାରୀ କରାଯିବ .
ଏହି ପରିଦର୍ଶନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ


Share: