ରଥ ଯାତ୍ରା ଅନୁଷ୍ଠିତ

Share:

ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଣପୁରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ବାଣପୁରରେ ଶ୍ରୀ ରଙ୍କନାଥ ଦେବ ଓ ଶ୍ରୀ ଚରଣ ଚକାଦେବ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀ ରଙ୍କନାଥ ଦେବଙ୍କ ରଥଯାତ୍ରାରେ ପାରିକୁଦ ରାଜା ସନ୍ତୋଷ ସିଂହଦେଓ ହରିଚନ୍ଦନ ମର୍ଦରାଜ ଭ୍ରମରବର ରାୟ ଛେରାପହରା କରିଥିଲେ ହଜାର ହଜାର ଭକ୍ତ ରଥ ଟାଣିବା ସହ ପ୍ରଭୁଙ୍କୁ ଦର୍ଶନ କରିଥିଲେ ଏବଂ ଐତିହାସିକ ପଲଟଣ ପଡିଆଠାରେ ଶ୍ରୀ ଚରଣ ଚକାଦେବଙ୍କ ରଥଯାତ୍ରାରେ ଭଟପଡା ରାଜା ଶ୍ରୀ ମାନବେନ୍ଦ୍ର ମହାରଥା ଛେରାପହରା କରିଥିଲେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରଥଯାତ୍ରା ମହାଆଡମ୍ବରରେ ପଳାନହୋଇଥିବାବେଳେ ବାଣପୁରରେ 10.ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ.ବାଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ତତ୍ୱାବଧାନରେ ପୋଲିସ ଯାତ୍ରାକୁ ଶୃଙ୍ଖଳିତ ଭାବରେ ପଦକ୍ଷେପ ନେଇଥିଲେ।


Share: