ଉଠାଜଳ ସେଚନ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ଭିଜିଲାନ୍ସ ଜାଲରେ

Share:

ଗଞ୍ଜାମ : 16/9/2021ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଉଠା ଜଳସେଚନ ବିଦ୍ୟୁତ ବିଭାଗ ର ଆସିଷ୍ଟାଣ୍ଟ ଇଂଜିନିୟର ଇଶ୍ବର ଦାସ l ବୁଗୁଡ଼ା ଅଞ୍ଚଳର ଜଣେ ଠିକାଦାର ଙ୍କୁ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ ବିଲ୍ କ୍ଲିଅର୍ ଲାଗି ବ୍ରହ୍ମପୁର କାର୍ଯ୍ୟାଳୟ ଠାରେ 50 ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ ଟିମ l ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ଏକ ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ ଆଜି ଏକକାଳୀନ ଗଞ୍ଜାମ ଜିଲ୍ଲାର ତିନୋଟି ଉଠା ଜଳସେଚନ କାର୍ଯ୍ୟାଳୟ ବ୍ରହ୍ମପୁର, ଆସିକା ଓ ବୁଗୁଡ଼ା ରେ ଚଢ଼ାଉ କାରି ଯାଞ୍ଚ କରାଯାଇଥିବା ସୂଚନା ମିଳିଛି ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: