25ତମ ଫିଟ ଇଣ୍ଡିଆ ଫ୍ରିଡମ ରନ 2.0 ଅନୁଷ୍ଠିତ

Share:

ପୁରୀ :11/9/2୦21ରିଖ ଶନିବାର ଦିନ ତାଳବଣିଆ ନିକଟସ୍ଥ ୬ (ଓ) ବାଟ୍lଲିଅନ ରେ ଆଡାମ ଅଫିସର -(AO) ଲେଟ୍ୟୁନାଁଣ୍ଟ୍ ପ୍ରସନ୍ନ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ୭୫ତମ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ-୨.୦ ଅନୁଷ୍ଠିତ ହୋଇଛି ଏଥିରେ ସୁରଜମଲ ସାହା ମହାବିଦ୍ୟାଳୟ ଏବଂ ଏସ.ସି.ଏସ ମହାବିଦ୍ୟାଳୟ ର ଏନ. ସି. ସି କ୍ୟାଡେଟ ଙ୍କ ସହ ନିକଟସ୍ଥ ଯୁବଗୋଷ୍ଠୀ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଛନ୍ତି । ଏଥିରେ ସମୁଦାୟ ୭୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ, ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଦ୍ୱାରା କିପରି ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ଦାଉରୁ ନିଜକୁ ରକ୍ଷା କରିପାରିବା ସେ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ସମ୍ପାଦନ କରାଯାଇଛି।


Share: