ପ୍ରେମ ଜନିତ ଘଟଣାକୁ ନେଇ ଯୁଵକକୁ ହତ୍ୟା କରାଯାଇଥିବା ସନ୍ଦେହ

Share:

ଅମୁଲ୍ୟ ନିଶାଙ୍କ ରିପୋର୍ଟ।

ରାୟଗଡ:ମୁନିଗୁଡା-ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ସଦର ମହକୂମା ଦୁଵେକଲୋନୀ ଠାରେ ଗତ କାଲି ବଦ୍ରିନାରାୟଣ ପାତ୍ରଙ୍କ ବନ୍ଦ କୋଠରୀ ପଛରେ ଏକ କୂଅରେ ରସିଲଗାଇ ଆତ୍ମହତ୍ୟା କରି ଝୁଲୁଥିବା ଜଣେ ଯୁବକକୁ ଦେଖି ‌ଜନୈକ ଵ୍ୟକ୍ତି ସର୍ବସାଧାରଣରେ ପ୍ରକାଶ କରୀଥିଲା।

ଖବର ପାଇ ମୁନିଗୁଡା ପୋଲିସ ଆଇ ଆଇ ସି ସୁଜ୍ଞାନୀସାହୁ ‌ଙ୍କ ନିର୍ଦ୍ଦେଶନାରେ ଅତିରିକ୍ତ ଥାନା ଅଧିକାରୀ ସୁନୀତା ବେହେରାଏ ଏସ ଆଇ ନରସିଂହ ବେହେରା,ଓ ଏଏସ ଆଈ ଶ୍ୟାମସୁନ୍ଦର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ମୃତ ଖମଣ ସାହିର ବିହାରୀ ଯୁବକ ପ୍ରକାଶ ସାହାଙ୍କ ‌ମୃତଦେହ ଉଦ୍ଧାରକରି ପୋଷ୍ଟ ମଟମ କରି ଆଜି ପରିବାରକୁ ହସ୍ତାନ୍ତର କରାଯାଇଛି।ପ୍ରକୃତ ମୃତ୍ୟୁ ର ରହସ୍ୟ ସାଇଣ୍ଟିଫିକ୍ ଟିମର ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟରେ ସଵୁ ଜଣାପଡିବ ବୋଲି ଟା ପୋଲିସ ସୂତ୍ରରୁ ଶୁଣିବାକୁ ମିଳୁଛି। ସେନେଇ ପୋଲିସି ତନାଘନା ତଦନ୍ତ ଜାରୀ ରଖିଛି।ଏହା ପଡିଶା ଘର ଝିଅ ସହିତ ପ୍ରେମଜନିତ ଘଟଣାରୁ ଏପରି ଅଘଟଣ ଘଟିଥାଇ ପାରେ ବୋଲି ସାହି ଓ ସାଧାରଣ ଲୋକେ ଟୁପୁରୂ ଟାପୁରୁ ଆଲୋଚନାରୁ ଲୋକଲୋଚନାକୁ ଆସିଛି। ପୋଲିସ ପ୍ରଶାସନ ଆନ୍ତରିକତା ସହ ତଦନ୍ତ କଲେ ଅସଲ କଥା ପଦାର୍ପଣ ହୋଇପାରିବ ଵୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି। କେବେ ଏହାର ଦୋଷୀ ଲୋକଲୋଚନକୁ ଆସିବ ସେଥିପର୍ଯ୍ୟନ୍ତ ‌ସାଧାରଣ ଜନତା ଅପେକ୍ଷାରେ ଅଛନ୍ତି।


Share: