ପିପିଲି ଉପ ନିର୍ବାଚନରେ ଦିବ୍ୟାଙ୍ଗ ମତଦାତା ମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା

Share:

ପୁରୀ- ତା. ୨୮.୦୯.୨୦୨୧- ପିପିଲି ଉପ ନିର୍ବାଚନର ମତଦାନ ନିମନ୍ତେ ଦିବ୍ୟାଙ୍କ ଭୋଟର ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥ ଅର୍ଥାତ ୩୪୮ ଟିରେ ହ୍ବିଲ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ଓ ବୁଥକୁ ନେବା ଆଣିବା କରିବା ପାଇଁ ସ୍ବତନ୍ତ୍ର ବାହାନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ ୨୮ଟି ଗାଡି ନେବା ଆଣିବା ପାଇଁ ରଖାଯାଇଛି । ସେମାନଙ୍କୁ ସହଯୋଗ କରିବାକୁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବେସରକାରୀ ସଂସ୍ଥାର ସେଚ୍ଛାସେବୀ ନିୟୋଜିତ ରହିବେ । ଏତଦ୍ ବ୍ୟତୀତ ଭୋଟ ଦେବା ନିମନ୍ତେ ଭୋଟର ପରିଚୟ ପତ୍ର ବ୍ୟତୀତ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ବୈଧ ଥିବା ଅନ୍ୟ ୧୧ଟି ପ୍ରମାଣପତ୍ର ଭାବେ ଦର୍ଶାଇ ଭୋଟର ମାନେ ମତଦାନ କରିପାରିବେ । ଉକ୍ତ ପ୍ରମାଣପତ୍ର ମଧ୍ୟରେ ଆଧାର କାର୍ଡ, ଏମଜି ନରେଗା କାର୍ଡ, ଫଟୋ ଥାଇ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ପକ୍ଷରୁ ଜାରି ପାସବୁକ, ପ୍ୟାନ କାର୍ଡ, ପେନସନ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଭାରତୀୟ ପାସପୋର୍ଟ ଆଦି ରହିଛି । ମତଦାନ ଦିନକୁ ଉତ୍ସବ ଭାବେ ପାଳନ କରି ନିରପେକ୍ଷ ଓ ମୂଲ୍ୟାୟନ ମତଦାନ କରନ୍ତୁ । ବୁଥରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବା ଯଥା- ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର ଏବଂ ମତଦାନ ସମୟରେ ହାତରେ ଗ୍ଲୋଭ୍ସ ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମତଦାତା ମାନଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୩୦ ତାରିଖରେ ମତଦାନ ନିମନ୍ତେ ପୋଲିଂ ପାର୍ଟି ପେଣ୍ଠକଟା ସ୍ଥିତ ୱେର ହାଉସରୁ ବୁଥ ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ ।


Share: