ବୁଦ୍ଧ ମା ବାପାଙ୍କୁ ବଡ଼ ପୁଅର ଅତ୍ୟାଚାର ଥାନାରେ ଅଭିଯୋଗ l ଓପାସ ବୃଦ୍ଧ ବାପା ମା

Share:

କେନ୍ଦ୍ରାପଡା (10/8/2021)ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ନେମ୍ବରା ପଞ୍ଚାୟତ କଣିପଡା ଗ୍ରାମରେ ଯୋଉ ମା ଦଶ ମାସ ଦଶ ଦିନ ଗର୍ବରେ ଧରି ଜନ୍ମ କରିଥିଲା ଓ ଯୋଉ ବାପା ଦୁଃଖ କଷ୍ଟ କରି ପୁଅକୁ ଛୋଟରୁ ବଡ କଲା ସେ ପୁଅ ଆଜି କରୁଛି ବୃଧ ବାପା ମାଙ୍କୁ ଅତ୍ୟାଚାର ଖବର ଅନୁଯାୟୀ ବୃଦ୍ଧା ସତ୍ୟଭାମା ସ୍ବାଇଁ ଓ ବୃଦ୍ଧ ଧରଣୀ ଧର ସ୍ୱାଇଁ ତାଙ୍କର ସବୁ ସମ୍ପତି ପୁଅ ମାନଙ୍କ ମଧ୍ୟରେ ବାଣ୍ଟିଦେଇଥିଲେ ।

କିନ୍ତୁ ବଡ଼ ପୁଅ ବିଶ୍ୱଜିତ ସ୍ୱାଇଁ କହୁଥିଲେ ମୋତେ ସବୁ ଦିଅ କିନ୍ତୁ ବାପା ମା ରାଜି ହୋଇ ନ ଥିଲେ ଏନେଇ ସବୁବେଳେ ବୃଧ ବାପା ମା ଙ୍କୁ ଗାଳି ଗୁଳଜ କରିବା ସହ ମାରନ୍ତି ମଧ୍ୟ ଯାହା ତାଙ୍କ ବୃଦ୍ଧ ମା ଅଭିଯୋଗ କରିଛନ୍ତି । ବୃଦ୍ଧ ବାପା ମା ଗୋଟେ କଳ ଭଡାକୁ ଲଗାଇ ଯାହା ମିଳେ ସେଥିରେ ଚଳନ୍ତି । କିଛି ଦିନ ହେବ ବୃଦ୍ଧ ବାପା ମା ଙ୍କୁ ମାରିବା ସହ ଗାଳିଗୁଲଜ କରି ଘରର ସମସ୍ତ ଜିନିଷ ନେଇ ପଳେଇ ଯାଇଛି ପୁଅ ବିଶ୍ୱଜିତ ସ୍ୱାଇଁ । ଯାହା ଦ୍ୱାର ବୃଦ୍ଧ ବାପା ମା ରୋଷେଇ କରିପାରୁନାହାନ୍ତି କି ଖାଇ ପାରୁନାହାନ୍ତି । ବୃଦ୍ଧ ବାପା ମା ଏନେଇ ସଦର ଥାନାରେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ ଚୁପ । ନ୍ୟାୟ ପାଇବା ଅପେକ୍ଷାରେ ବୃଦ୍ଧ ବାପା ମା ।

କେନ୍ଦ୍ରାପଡା ରୁ ବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ।


Share: