ସମାଜସେବୀ ତଥା ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିଆରା କାର୍ଯ୍ୟଧାରା : ସଦର ମାଟିରେ ସ୍ଵତନ୍ତ୍ର ସେବା

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର :କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ (ଉବିପ) ପକ୍ଷରୁ ସଦର ମାଟିରେ ଅନନ୍ୟ ସେବା କାର୍ଯ୍ୟକ୍ରମ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ଜାରୀ ରହିଛି । ସଦର ଅଂଚଳର ବିଭିନ୍ନ ପଞ୍ଚାୟତର ଛକରେ ଆଲୋକିକରଣ ବ୍ୟବସ୍ଥା,ବୃକ୍ଷ ରୋପଣ କାର୍ଯ୍ୟକ୍ରମ, କରୋନା ସଚେତନତା ସହ ଆବଶ୍ୟକତା ଅନୁଯାୟୀ ବିଶୋଧନ କାର୍ଯ୍ୟ,ରକ୍ତଦାନ ଶିବିର,ନିରାଶ୍ରୟ ଦୁଃଖୀ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ, ରୋଗୀ ସେବା,ଗ୍ରୀଷ୍ମ ଋତୁରେ ଜଳ ଛତ୍ର ପରି ମହତ କାର୍ଯ୍ୟ,ପାଠାଗାର ଆନ୍ଦୋଳନକୁ ଗ୍ରାମାଞ୍ଚଳରେ ତ୍ଵରାନିତ କରିବା,ମେଧା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଗରେ ଆହୁରି ବିକଶିତ ହେବାକୁ ପ୍ରେରଣା ପ୍ରଦାନ କରାଯିବା, କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ଆଦି ଅନେକ ଜନ ହିତକର କାର୍ଯ୍ୟକ୍ରମ ଚାଲୁରହିଛି ଏବଂ ଆଗାମୀ ଦିନରେ ଏହି ସେବା କାର୍ଯ୍ୟକୁ ଆହୁରି ଲୋକାଭିମୁଖୀ କରିବାକୁ ସଭାପତି ସ୍ତମ୍ବକାର ସେଠୀ ସାଧାରଣରେ ନିବେଦନ କରିଛନ୍ତି ।


Share: